ETV Bharat / bharat

ଯୁକ୍ତ 2 ପରୀକ୍ଷାରୁ ବର୍ତ୍ତିବା ଲାଗି ଅଦ୍ଭୁତ ପ୍ରୟାସ, ଶିଶୁକୁ ଅପହରଣ କଲା ପରୀକ୍ଷାର୍ଥୀ

author img

By

Published : Mar 3, 2020, 7:47 AM IST

Updated : Mar 3, 2020, 12:20 PM IST

ପରୀକ୍ଷା ନଦେବାକୁ ପରୀକ୍ଷାର୍ଥୀର ଅଦ୍ଭୁତ ପ୍ରୟାସ । ସମ୍ପର୍କୀୟ ଶିଶୁକୁ କଲା ଅପହରଣ । ଧରାପଡି ହେଲା ଗିରଫ । ଅଧିକ ପଢନ୍ତୁ...

teenager students kidnaps 3-yr-old cousin
ଯୁକ୍ତ 2 ପରୀକ୍ଷାରୁ ବର୍ତ୍ତିବା ଲାଗି ଅଦ୍ଭୁଦ ପ୍ରୟାସ, ଶିଶୁକୁ ଅପହରଣ କଲା ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ଯେଉଁଭଳି ଭାବେ ନେତାଙ୍କ ପର୍ବ ନିର୍ବାଚନ । ସେହିଭଳି ଭାବେ ଶିକ୍ଷାର୍ଥୀଙ୍କ ପର୍ବ ପରୀକ୍ଷା । ନେତାମାନେ ଯେପରି ନିର୍ବାଚନକୁ ଅନାଇ ରହିଥାନ୍ତି ସେହିପରି ପରୀକ୍ଷାର୍ଥୀମାନେ ପରୀକ୍ଷାକୁ ଉତ୍ସୁକତା ସହ ଚାହିଁ ରହିଥାନ୍ତି । କାରଣ ପରୀକ୍ଷା ଦେଲେ ହିଁ ସେମାନେ ନୂଆ ଏକ ସୋପାନକୁ ଚଢିପାରିବେ । ତେବେ ଏସବୁ ଭିତରେ ଏଭଳି କିଛି ପରୀକ୍ଷାର୍ଥୀ ଅଛନ୍ତି ଯେଉଁମାନେ ପରୀକ୍ଷାକୁ ଟାଳିବାକୁ କିଛି ବି କରିପାରନ୍ତି । ଏପରିକି ନିଜ ସମ୍ପର୍କୀୟଙ୍କୁ ମଧ୍ୟ ଅପହରଣ କରିପାରନ୍ତି ।

ଯାହା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ । ମୋରେନାର ତୁଡିଲା ଗ୍ରାମରେ ଜଣେ ଟିନଏଜ୍‌ର ପରୀକ୍ଷାର୍ଥୀ ପରୀକ୍ଷା ନଦେବାକୁ ନିଜ ସମ୍ପର୍କୀୟ 3 ବର୍ଷୀୟ ଶିଶୁକୁ ଅପହରଣ କରିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ମଙ୍ଗଳବାର ଦ୍ବାଦଶ ପରୀକ୍ଷା ହେବାକୁ ଥିବାରୁ ଏଥିରୁ ବର୍ତ୍ତିବା ପାଇଁ 18 ବର୍ଷୀୟ ରଣବୀର ନାମକ ଜଣେ ପରୀକ୍ଷାର୍ଥୀ ଜଣେ ଶିଶୁଙ୍କୁ ଅପହରଣ କରିଥିଲା । 3 ବର୍ଷର ଶିଶୁଟି ଶୋଇଥିବାବେଳେ ସେ ତାକୁ ନେଇଯିବା ସହ ଏକ ହାତଲେଖା ଚିଠି ଘରେ ଛାଡିଦେଇ ଯାଇଥିଲା । ଯେଉଁଥିରେ ଦ୍ବାଦଶ ପରୀକ୍ଷା ଦେବାକୁ ମନା କଲେ ହିଁ ପିଲାକୁ ଛାଡିବି ବୋଲି ଉଲ୍ଲେଖ ଥିଲା ।

ତେବେ ପିଲାକୁ ନ ପାଇ ଏ ଚିଠି ଦେଖିବା ପରେ ପୋଲିସରେ ଖବର ଦେଇଥିଲେ ଅପହରଣର ଶିକାର ହୋଇଥିବା ଶିଶୁର ପରିବାର ଲୋକେ । ପରେ ପୋଲିସ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହ ରଣବୀରକୁ ଗିରଫ କରିଛି ।

ସୌଜନ୍ୟ: IANS

Last Updated : Mar 3, 2020, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.