ରାୟପୁର: ଦେଶର କୋଣ ଅନୁକୋଣରେ ଲୁଚି ରହିଛି ପ୍ରତିଭା । କିଏ ଗୀତ ଗାଇ ରାତାରାତି ଷ୍ଟାର ପାଲଟିଲାଣି ତ ଆଉ କିଏ ନିଜ ପାଟିରୁ ବାହାର କଲାଣି ବିଭିନ୍ନ ପ୍ରକାର ବାଦ୍ୟର ସ୍ବର। ତେବେ ଛତିଶଗଡ ରାୟପୁରର ଜଣେ ଛାତ୍ରୀ ବଲିଉଡ ଚଳଚ୍ଚିତ୍ର ଥ୍ରୀ ଇଡିଅଟରୁ ପ୍ରେରଣା ପାଇ ମିରର ଟାଇଟିଙ୍ଗକୁ ନେଇ ଏବେ ଚର୍ଚ୍ଚିତ ହୋଇଛନ୍ତି ।
ଗୋଟିଏ ହାତରେ ସାଧାରଣ ଲେଖା ଏବଂ ଆର ହାତରେ ଓଲଟା ଲେଖା ବା ମିରର ରାଇଟିଂ କରୁଛନ୍ତି ଏହି ଛାତ୍ରୀ । ଏହି ଅନନ୍ୟ ପ୍ରତିଭାର ଅଧିକାରିଣୀ ହେଲେ ରାୟପୁରର କାବ୍ୟା ଚଡ୍ଡା। ସେ ବର୍ତ୍ତମାନ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି । ଗତ 4 ବର୍ଷ ହେବ ଏହି ଲେଖା ଅଭ୍ୟାସ କରୁଥିବା କୁହନ୍ତି । ଥ୍ରୀ ଇଡିଅଟ ମୁଭିରେ ଭାଇରସର ଲେଖା ମୋତେ ପ୍ରଭାବିତ କରିଥିବା କୁହନ୍ତି କାବ୍ୟା ।
କେବଳ ଇଂରାଜୀ ନୁହେଁ ହିନ୍ଦୀ ଭାଷାରେ ମଧ୍ୟ ସମାନ ଭାବେ ଲେଖିପାରନ୍ତି ସେ । ପ୍ରଥମେ ଇଂରାଜୀ ଭାଷାରେ ସେ ମିରର ରାଇଟିଂ ଶିଖିଥିଲେ । ଧିରେ ଧିରେ ଏହାକୁ ନେଇ କାବ୍ୟାଙ୍କର ଆଗ୍ରହ ବଢିଥିଲା । ଆଉ ସେ ହିନ୍ଦିରେ ଲେଖିବା ଶିଖିଥିଲେ । କେବଳ ଇଂରାଜୀ ନୁହେଁ ନିଜ ଭାଷାକୁ ମଧ୍ୟ ଆଗକୁ ନେବା ଆମ ସମସ୍ତଙ୍କ କାମ।
କାବ୍ୟାଙ୍କର ଏହି ପ୍ରତିଭାରେ ଖୁସି ବ୍ୟକ୍ତ କରିଛନ୍ତା ତାଙ୍କର ମାତାପିତା । ପଢାପଢି ଶେଷ ହେବା ପରେ, ଆରାମ କରିବା ପାଇଁ ମୁଁ କହିଲେ ବି ସେ ମିରର ରାଇଟିଂ ଅଭ୍ୟାସରେ ଲାଗିଥାଏ ବୋଲି କହନ୍ତି କାବ୍ୟାଙ୍କ ମାଆ ନେହା ଚଡ୍ଡା । କାବ୍ୟାଙ୍କ ପିତା ପ୍ରିତେଶ ଚଡ୍ଡାଙ୍କ କହିବା ଅନୁସାରେ,ଝିଅର ଏଭଳି ଅନନ୍ୟ ପ୍ରତିଭାକୁ ନେଇ ଆମେ ଗର୍ବିତ, ସର୍ବଦା ମୁଁ ତାକୁ ସମର୍ଥନ କରିବି ସମୟ ଯାହା ବି ଥାଉ ।