ETV Bharat / bharat

କୋରୋନାକୁ ନିୟନ୍ତ୍ରଣରେ ରଖିଛି ପ୍ରଯୁକ୍ତିବିଦ୍ୟା - କୋରୋନା ଭାଇରସ ଅପଡେଟ

ଚୀନରେ ମୋବାଇଲ ଟ୍ରାକିଂ ସହାୟତାରେ କରୋନା ସଂକ୍ରମିତ ରୋଗୀମାନଙ୍କର ଚଳପ୍ରଚଳ ତଦାରଖ କରାଯାଇଥିଲା ଅନ୍ୟ ଅଞ୍ଚଳକୁ ଭୂତାଣୁର ବ୍ୟାପ୍ତି ହ୍ରାସ କରିବାରେ ଏହା ସହାୟକ ହୋଇଥିଲା । ଚୀନ ସରକାର ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଅଲଗୋରିଦିମର ଉପଯୋଗ କରିଥିଲେ ।

technology controls corona, corona virus update, corona virus news, କୋରୋନାକୁ ନିୟନ୍ତ୍ରଣରେ ରଖିଛି ପ୍ରଯୁକ୍ତିବିଦ୍ୟା, କୋରୋନା ଭାଇରସ ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
କୋରୋନାକୁ ନିୟନ୍ତ୍ରଣରେ ରଖିଛି ପ୍ରଯୁକ୍ତିବିଦ୍ୟା
author img

By

Published : Mar 27, 2020, 5:44 PM IST

ଯାନ୍ତ୍ରିକ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସ୍ମାର୍ଟଫୋନ ଏବଂ ବିଗ ଡାଟାର ଉପଯୋଗ କରି କୋଭିଡ-19 ସର୍ବବ୍ୟାପୀ ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି ଦକ୍ଷିଣ କୋରିଆ, ତାଇୱାନ ଏବଂ ଚୀନ । ଏହି ସବୁ ଦେଶ ନିକଟରୁ ଅବଶିଷ୍ଟ ବିଶ୍ବ ବହୁତ କିଛି ଶିଖିବାର ଅଛି । ଯଦିଓ ଦକ୍ଷିଣ କୋରିଆରେ ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟା ବିଶ୍ବରେ ଦ୍ବିତୀୟ ସର୍ବାଧିକ ରହିଥିଲା, ତଥାପି ମୃତ୍ୟୁ ସଂଖ୍ୟା ବହୁତ କମ ଥିଲା । ଚୀନର ପଡ଼ୋଶୀ ଦେଶ ହୋଇଥିବା ସତ୍ତ୍ବେ ତାଇୱାନରେ ତା’ଠାରୁ ମଧ୍ୟ କମ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଥିଲା । ରୋଗୀ ସଂଖ୍ୟା, କେଉଁ କେଉଁ ଅଞ୍ଚଳରେ ସେମାନେ ରହିଛନ୍ତି, ସେମାନଙ୍କ ଲିଙ୍ଗ ଓ ବୟସ, ମୃତ୍ୟୁ ସଂଖ୍ୟା ଭଳି ବିବରଣୀ ସଂଗ୍ରହ ପାଇଁ ଦକ୍ଷିଣ କୋରିଆ ସରକାର ବିଗ ଡାଟାର ଉପଯୋଗ କରୁଛନ୍ତି । ସଂକ୍ରମିତ ବ୍ୟକ୍ତିମାନଙ୍କୁ ଏକ ସ୍ବତନ୍ତ୍ର ଚିହ୍ନଟ ନମ୍ବର ଦିଆଯାଉଛି । ସେମାନଙ୍କ ସଂପର୍କରେ ସମସ୍ତ ବିବରଣୀକୁ ଗୁପ୍ତ ରଖାଯାଉଛି ।

ଦକ୍ଷିଣ କୋରିଆରେ କୋରୋନା ବୁଲେଟିନର ଏକ ଉଦାହରଣ: ରୋଗୀ 102 ଏବଂ ତାଙ୍କ ବନ୍ଧୁ ନିର୍ଦ୍ଦିଷ୍ଟ ଏକ ସିନେମା ହଲର କେ1 ଏବଂ କେ2 ସିଟରେ ବସି ସିନେମା ଦେଖିଥିଲେ । ସେମାନେ ଅମୁକ ନମ୍ବର ଟ୍ୟାକ୍ସିରେ ସିନେମା ହଲକୁ ଯାଇଥିଲେ । ରୋଗୀ 151 ଅମୁକ ରେସ୍ତୋରାଁରେ ରାତ୍ରିଭୋଜନ କରିଥିଲେ । ରୋଗୀ 587 ଲୋକାଲ ଟ୍ରେନରେ ବସି ଏକ ପାର୍ଟିକୁ ଯାଇଥିଲେ । ଯେଉଁଠି ସେ 20 ଜଣ ଲୋକଙ୍କୁ ଭେଟିଥିଲେ । ସଂକ୍ରମିତ ବ୍ୟକ୍ତି କେଉଁ କେଉଁ ସ୍ଥାନକୁ ଯାଇଥିଲେ, ସେ ସଂପର୍କରେ ଲୋକଙ୍କୁ ସୂଚନା ଦେବାକୁ ଏକ ୱେବସାଇଟ ରହିଛି । ସ୍ଥାନୀୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ସୂଚନାକୁ ନେଇ ଏହି ୱେବସାଇଟ କାମ କରୁଛି । ବିଭିନ୍ନ ସଂକ୍ରମିତ ସ୍ଥାନରୁ ଦୂରେଇ ରହିବା ଦିଗରେ ଏହି ସୂଚନା ଲୋକଙ୍କୁ ସାହାଯ୍ୟ କରୁଛି । ଜିପିଏସ, କଲ ଡାଟା ସହାୟତାରେ ସରକାର ବିଭିନ୍ନ ଆପ୍ଲିକେସନ ବା ଆପ ପ୍ରସ୍ତୁତ କରିଛନ୍ତି ଏବଂ ସେଗୁଡ଼ିକୁ ଫେସବୁକ, ଟ୍ବିଟର ଏବଂ ହ୍ବାଟ୍ସଆପ୍‌ ସହିତ ସଂଯୋଗ କରାଇଛନ୍ତି । ସଂକ୍ରମିତ ରୋଗୀମାନଙ୍କର ଚଳପ୍ରଚଳ ସଂପର୍କିତ ତଥ୍ୟ ହାସଲରେ ଏହି ସବୁ ଆପ ସହାୟକ ହେଉଛନ୍ତି । ତେଣୁ ଆତଙ୍କିତ ହେବା ପରିବର୍ତ୍ତେ ଲୋକେ କେଉଁ କେଉଁ ଅଞ୍ଚଳରୁ ଦୂରେଇ ରହିବେ ସେ ସଂପର୍କରେ ଜାଣିପାରୁଛନ୍ତି । ସେମାନେ ସାମାଜିକ ଦୂରତା ବଜାୟ ରଖିବାର ଗୁରୁତ୍ବ ବୁଝିଛନ୍ତି । ଏହି ସରକାରୀ ୱେବସାଇଟରୁ ଉପଲବ୍ଧ ତଥ୍ୟ ସ୍ବାସ୍ଥ୍ୟସେବା କର୍ମୀମାନଙ୍କୁ ସକ୍ରିୟ କରିବାରେ ସହାୟତା କରୁଛି ।

ଚୀନରେ କୋଭିଡ-19 ପ୍ରାଦୁର୍ଭାବ ଉପୁଜିବାର ଅଳ୍ପ କିଛି ସମୟ ପରେ ତାଇୱାନ ଏକ ଜାତୀୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶ କେନ୍ଦ୍ର ସ୍ଥାପନ କରିଥିଲା । ଦେଶ ଭିତରେ ଚଳାଚଳ କରୁଥିବା ଏବଂ ବାହାରକୁ ଯିବାକୁ ଥିବା ଯାତ୍ରୀମାନଙ୍କ ଉପରେ ସରକାର କଟକଣା ଜାରି କରିଥିଲେ ଏବଂ ବିଗ୍‌ ଡାଟା ଉପଯୋଗ କରି ସଂକ୍ରମିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିଥିଲେ । ଏହା ଦ୍ବାରା ଗଣମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ ହ୍ରାସ ପାଇଥିଲା । ଜାତୀୟ ସ୍ବାସ୍ଥ୍ୟ ବୀମା ପଲିସି, ଦେଶାନ୍ତର ଗମନ, ବର୍ହିଶୁଳ୍କ, ହାସପାତାଳ ଗସ୍ତ ଏବଂ ବିମାନ ଟିକେଟଗୁଡ଼ିକର କ୍ୟୁଆର କୋଡ ପ୍ରଭୃତିରୁ ଉପଲବ୍ଧ ତଥ୍ୟକୁ ଏକତ୍ର କରି ଏକ ଡାଟାବେସ ଗଠନ କରାଯାଇଥିଲା । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଆଲଗୋରିଦିମ ବା ଗାଣିତିକ କଳନା ବ୍ୟବହାର କରି ବାରମ୍ବାର ଲୋକଙ୍କୁ ସତର୍କ କରାଇ ଦିଆଯାଉଥିଲା । ଏହା ଦ୍ବାରା ରୋଗୀମାନେ ପୂର୍ବରୁ କେଉଁ କେଉଁ ସ୍ଥାନକୁ ଯାତ୍ରା କରିଥିଲେ ସେ ସଂପର୍କିତ ବିବରଣୀ ସ୍ବାସ୍ଥ୍ୟସେବା କର୍ମୀମାନଙ୍କୁ ମିଳିବା ସହଜ ହୋଇଥିଲା । ବିଗ ଡାଟା ସହାୟତାରେ ମିଳିଥିବା ବ୍ୟକ୍ତିମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂପର୍କିତ ବିବରଣୀ, ଦେଶ ସୀମାରେ ନିୟୋଜିତ ସୁରକ୍ଷା ବାହିନୀକୁ ପଠାଇବାରେ ବିଭିନ୍ନ ସରକାରୀ କର୍ତ୍ତୃପକ୍ଷ ସମର୍ଥ ହୋଇଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସଂପର୍କିତ ଏହି ସବୁ ବାର୍ତ୍ତା, ପାସ ବା ଅନୁମତି ପତ୍ର ଭାବରେ ବ୍ୟବହୃତ ହୋଇଥିଲା । ଏନକୋଭ ସଂକ୍ରମଣର ହାର ଅତ୍ୟଧିକ ଥିବା ଅଞ୍ଚଳରେ ଯେଉଁମାନଙ୍କର ଶରୀରରେ ରୋଗର ଲକ୍ଷଣ ଦେଖାଦେଇଥିଲା, ସେହି ବ୍ୟକ୍ତିମାନଙ୍କୁ ମୋବାଇଲ ଟ୍ରାକିଂ ଜରିଆରେ ଚିହ୍ନଟ କରାଯାଇ ପୃଥକ ଭାବେ ରଖାଯାଇଥିଲା । ଜାତୀୟ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶ କେନ୍ଦ୍ର ପକ୍ଷରୁ ମାସ୍କ ଯୋଗାଣ ବଢ଼ାଇ ଦିଆଯାଇଥିଲା ଏବଂ ସେଗୁଡ଼ିକର ଦରଦାମ ତଦାରଖ କରାଯାଇଥିଲା । ଏଥିରୁ କେଉଁ ଫାର୍ମାସି ପାଖରେ ଫେସ ମାସ୍କ ଗଚ୍ଛିତ ରହିଛି, ସେ ସଂପର୍କରେ ସୂଚନା ମିଳିଥିଲା ।

ଚୀନରେ ମୋବାଇଲ ଟ୍ରାକିଂ ସହାୟତାରେ କରୋନା ସଂକ୍ରମିତ ରୋଗୀମାନଙ୍କର ଚଳପ୍ରଚଳ ତଦାରଖ କରାଯାଇଥିଲା ଅନ୍ୟ ଅଞ୍ଚଳକୁ ଭୂତାଣୁର ବ୍ୟାପ୍ତି ହ୍ରାସ କରିବାରେ ଏହା ସହାୟକ ହୋଇଥିଲା । ଚୀନ ସରକାର ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଅଲଗୋରିଦିମର ଉପଯୋଗ କରିଥିଲେ । ଚୀନର ବୃହତ୍ତମ ଟେଲିକମ ସଂସ୍ଥା ଚାଇନା ମୋବାଇଲର ଡାଟାବେସ ସହାୟତାରେ ସରକାର ନାଗରିକମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଅଲିବାବା, ବାଇଜୁ ଏବଂ ହୁଆୱେ ଭଳି ଅନେକ ବଡ଼ ବଡ଼ ସଂସ୍ଥା ସହିତ ଅନେକ ଷ୍ଟାର୍ଟଅପ କମ୍ପାନୀ ମିଳିତ ଭାବେ ଏହି ଭୂତାଣୁର ମୁକାବିଲା କରୁଛନ୍ତି । ଡାକ୍ତର, ହାସପାତାଳ, ଗବେଷଣା ସଂସ୍ଥା ଏବଂ ସାଧାରଣ ପ୍ରଶାସନ ପରସ୍ପର ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ।

ଅଲିବାବା ଏଭଳି ଏକ ରୋଗ ଚିହ୍ନଟ ପଦ୍ଧତି ପ୍ରସ୍ତୁତ କରିଛି, ଯାହାକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗ କରି କରୋନା ଭାଇରସକୁ କେଇ ସେକେଣ୍ଡ ମଧ୍ୟରେ ଚିହ୍ନଟ କରୁଛି । ଏ ପର୍ଯ୍ୟନ୍ତ ଏହା 96 ପ୍ରତିଶତ ସଂକ୍ରମଣ ମାମଲା ନିର୍ଭୁଲ ଭାବରେ ଚିହ୍ନଟ କରିଛି । ଏହି ଅଭିନବ ପ୍ରଣାଳୀ ଯୋଗୁଁ ସ୍ବାସ୍ଥ୍ୟସେବା କର୍ମୀ ଏବଂ ହାସପାତାଳଗୁଡ଼ିକର କାର୍ଯ୍ୟଭାର ହ୍ରାସ ପାଇଛି । କରୋନା ଭାଇରସ ପ୍ରାଦୁର୍ଭାବ ସଂପର୍କରେ ବ୍ଲୁ ଡଟ ନାମକ କାନାଡାର ଏକ କମ୍ପାନୀ ପ୍ରଥମେ ସତର୍କ ସୂଚନା ଦେଇଥିଲା । ଏହି କମ୍ପାନୀର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରିଚାଳିତ ରୋବୋଟଗୁଡ଼ିକ ବିଶ୍ବର 65ଟି ଭାଷାରେ ପ୍ରକାଶିତ ଲକ୍ଷ ଲକ୍ଷ ଲେଖା, ଖବର, ବ୍ଲଗ ସ୍ପଟକୁ ପ୍ରତିଦିନ ପରଖି ଦେଖୁଛନ୍ତି । ଚୀନର ଉହାନରେ SARS ଭଳି ଏକ ମାରାତ୍ମକ ରୋଗର ପ୍ରାଦୁର୍ଭାବ ଦେଖାଦେବ ବୋଲି 2019 ଡିସେମ୍ବର 31 ତାରିଖ ଦିନ ଏହା ପ୍ରଥମେ ସତର୍କ କରାଇ ଦେଇଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋଭିଡ-19କୁ ସାର୍ବଜନୀନ ସ୍ବାସ୍ଥ୍ୟ ପ୍ରତି ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା କରିବାର 9 ଦିନ ପୂର୍ବରୁ ଏହି ସତର୍କ ସୂଚନା ମିଳିଥିଲା । ଉହାନର ଏକ ମାଛମାଂସ ଓ ପରିବା ବଜାରରୁ ଫେରିବା ପରେ 27 ଜଣ ବ୍ୟକ୍ତି ଗୁରୁତର ନିମୋନିଆରେ ପୀଡ଼ିତ ହୋଇଥିବା ସଂପର୍କରେ ମାଣ୍ଡାରିନ ଭାଷାରେ ପ୍ରକାଶିତ ଏକ ଲେଖା ବିଷୟରେ ବ୍ଲୁ ଡଟର ଏହି ପଦ୍ଧତି ସରକାରୀ ଅଧିକାରୀମାନଙ୍କୁ ଚେତାଇ ଦେଇଥିଲା । ବ୍ଳୁ ଡଟର 40 ଜଣ କର୍ମଚାରୀଙ୍କ ମଧ୍ୟରେ ଡାକ୍ତର, ପ୍ରାଣୀ ରୋଗ ଚିକିତ୍ସକ, ସଂକ୍ରାମକ ରୋଗ ବିଶେଷଜ୍ଞ, ଡାଟା ସାଇଣ୍ଟିଷ୍ଟ ଏବଂ ସଫ୍ଟଓୟାର ଡେଭଲପରମାନେ ଅଛନ୍ତି । ସେମାନେ ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ ଏବଂ ମେସିନ ଲର୍ଣ୍ଣିଂ ଉପଯୋଗ କରି 65ଟି ଭାଷାରେ ପ୍ରକାଶିତ ଲେଖାଗୁଡ଼ିକର ବିଶ୍ଲେଷଣ କରନ୍ତି । କୌଣସି ରୋଗର ପ୍ରାଦୁର୍ଭାବ ସଂପର୍କରେ ସଂକେତ ମିଳିବା ମାତ୍ରେ ସେମାନେ ସତର୍କ ହୋଇଯାଆନ୍ତି । ବାସ୍ତବରେ, 2016 ମସିହାରେ ବ୍ରାଜିଲରୁ ବ୍ୟାପିଥିବା ଜାଇକା ଭୂତାଣୁ ସଂପର୍କରେ ବ୍ଲୁ ଡଟ ହିଁ ଯୁକ୍ତରାଷ୍ଟ୍ର ଆମେରିକାକୁ ସତର୍କ କରାଇ ଦେଇଥିଲା ।

ଚୀନରେ ପ୍ରାୟ 80 ପ୍ରତିଶତ କାରବାର ବିନା ନଗଦ ଟଙ୍କା ନେଣଦେଣରେ, ବା କ୍ୟାଶଲେସ ଭାବରେ ହୋଇଥାଏ । ଅଲି ପେ ଏବଂ ଉଇଚାଟ ଭଳି ଆପ ଜରିଆରେ ଏସବୁ କାରବାର ହୋଇଥାଏ । ଏଥିରୁ ମିଳୁଥିବା ତଥ୍ୟକୁ ନାଗରିକମାନଙ୍କ ଗତିବିଧି ତଦାରଖ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଚୀନର ଅଧିକାରୀମାନେ ବ୍ୟବହାର କରନ୍ତି । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି ଚୀନର କମ୍ୟୁନିଷ୍ଟ ପାର୍ଟି ଫେସିଆଲ ରେକଗନିସନ ଜ୍ଞାନକୌଶଳ ବ୍ୟବହାର କରିଆସୁଛି । ଏହି ଫେସିଆଲ ରେକଗନିସନ କ୍ୟାମେରାଗୁଡ଼ିକରେ ଏବେ ଥର୍ମାଲ ସେନସର ସଂଯୋଗ କରାଯାଇଛି ଏବଂ ଏହା ଫଳରେ କୌଣସି ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ଜାଣି ହେଉଛି । ଏହି ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଜାରି ରଖିବା ଲାଗି ସେନ୍ସ ଟାଇମ ନାମକ ଏକ କମ୍ପାନୀ ସଫ୍ଟଓୟାର ଯୋଗାଇ ଆସୁଛି । ସିଚୁଆନ ପ୍ରଦେଶରେ ଥର୍ମାଲ ସେନ୍ସର ସଂଯୁକ୍ତ ସ୍ମାର୍ଟ ହେଲମେଟ ବଣ୍ଟନ କରାଯାଇଛି । ବିଗ ଡାଟା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳରୁ ପ୍ରସ୍ତୁତ ଉପକରଣ ବ୍ୟବହାର କରି ଚୀନ ଏକ ବିସ୍ତୃତ ସ୍ବାସ୍ଥ୍ୟ ନିରୀକ୍ଷଣ ପଦ୍ଧତି ଗଠନ କରିଛି, ଯାହାକୁ ହେଲଥ କୋଡ କୁହାଯାଉଛି । ଅତୀତରେ ରୋଗୀଙ୍କ ଯାତ୍ରା ବିବରଣୀ ଏବଂ ସଂକ୍ରମିତ ବ୍ୟକ୍ତିଙ୍କ ସହ ସଂପର୍କର ଅବଧି ନିରୂପଣ ଦିଗରେ ଏହି କୋଡ ସରକାରଙ୍କ ସହାୟତା କରୁଛି । ଲୋକେ ବାହାରକୁ ବାହାରି ପାରିବେ କିମ୍ବା ଘରେ ପୃଥକ ଭାବେ ରହିବେ, ସେ ସଂପର୍କରେ ନିଜେ ନିଜେ ଜାଣିବା ଲାଗି ଅଲି ପେ ଏବଂ ଉଇଚାଟ ଆପ ସହାୟତା କରୁଛି । ଏହି ସବୁ ଆପରେ ଲାଲ, ହଳଦିଆ ଏବଂ ସବୁଜ କୋଡକୁ କାର୍ଯ୍ୟକାରୀ କରାଯାଇଛି । ନାଗରିକମାନେ ସେମାନଙ୍କ ଅଞ୍ଚଳରେ ଏହି କୋଡର ରଙ୍ଗକୁ ଦେଖି ଅଲଗା ରହିବେ କି ନାହିଁ ବୋଲି ସ୍ଥିର କରିପାରିବେ ।

ଟେନସେଣ୍ଟ ଗ୍ରୁପ ଦ୍ବାରା ପ୍ରସ୍ତୁତ ଉଇଚାଟ, ଚୀନ ନାଗରିକମାନଙ୍କୁ ସ୍ବାସ୍ଥ୍ୟ ସଂପର୍କିତ ବୁଲେଟିନ ପ୍ରଦାନ କରୁଛି । ଭ୍ରମଣ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଚାଟବୋଟ ବ୍ୟବହାର କରି ସେମାନେ ବିମାନ ଓ ଟ୍ରେନ ଚଳାଚଳ ସଂପର୍କିତ ବାସ୍ତବ ସମୟର ସ୍ଥିତି ବିଷୟରେ ସୂଚନା ପ୍ରଦାନ କରୁଛନ୍ତି । କୋଭିଡ-19ର ଚିକିତ୍ସା ଉପାୟ ଖୋଜି ପାଇବା ଲାଗି ଗବେଷକମାନଙ୍କର ସହାୟତା କରିବାରେ ହୁଆୱେ, ଟେନସେଣ୍ଟ ଏବଂ ଡିଡି ସଂସ୍ଥାର ସୁପର କମ୍ପ୍ୟୁଟରଗୁଡ଼ିକ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ । ହଂକଂରୁ ଇସ୍ରାଏଲ କି ଯୁକ୍ତରାଷ୍ଟ୍ର ଆମେରିକା ଯାଏ ସବୁଠି, ନୋଭେଲ କରୋନା ଭାଇରସର ପ୍ରତିଷେଧକ ଟୀକା ସନ୍ଧାନ ଲାଗି ଗବେଷଣାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂର ଉପଯୋଗ କରାଯାଉଛି ।

ଏହି ସବୁ ପରୀକ୍ଷଣ ସଫଳ ହେଲେ ବି ସାଧାରଣ ଲୋକଙ୍କୁ ଏହି ଟୀକା ମିଳିବା ଲାଗି ଆଉ ଗୋଟିଏ ବର୍ଷ ଲାଗିଯିବ । ଏଭଳି ସମୟରେ ଇସ୍ରାଏଲରୁ କିଛି ଭଲ ଖବର ମିଳିଛି । କୁକୁଡ଼ାମାନଙ୍କ ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗର ଚିକିତ୍ସା ଲାଗି ଇସ୍ରାଏଲର ମିଗୁଏଲ ଇନଷ୍ଟିଚ୍ୟୁଟ ପରୀକ୍ଷଣ କରିଆସୁଛି । ଏହି ବିଜ୍ଞାନୀମାନେ ନିର୍ଦ୍ଦିଷ୍ଟ ଏକ ଭୂତାଣୁ ଭିତ୍ତିରେ ସେମାନଙ୍କ ପରୀକ୍ଷଣ କରୁଛନ୍ତି ଏବଂ ଏହି ଭୂତାଣୁର ଡିଏନଏ ସହିତ ଏନକୋଭ ବା ନୋଭେଲ କରୋନା ଭାଇରସ ଡିଏନଏର ନିବିଡ଼ ସାମଞ୍ଜସ୍ୟ ରହିଛି । ସେମାନଙ୍କ ଗବେଷଣା ସଫଳ ହେଲେ, ଆଉ ତିନି ମାସ ଭିତରେ ସେମାନେ ଏକ ପ୍ରତିଷେଧକ ଟୀକା ଦେଇ ପାରିବେ ବୋଲି ମିଗୁଏଲ ଇନଷ୍ଟିଚ୍ୟୁଟ ଘୋଷଣା କରିଛି । ସାରା ବିଶ୍ବ ଏହି ଟୀକାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛି । ନୋଭେଲ କରୋନା ଭାଇରସ ସଂକ୍ରମଣ ଚିହ୍ନଟ କରିବା ପାଇଁ ଚୀନର ବିଭିନ୍ନ ହାସପାତାଳରେ ଦିନକୁ ଅତି କମରେ 1,000 ସିଟି ସ୍କାନ କରାଯାଉଥିଲା । ଏହି ସବୁ ସ୍କାନର ଫଳାଫଳ ଶୀଘ୍ର ଉପଲବ୍ଧ ହେବାରେ ଇନଫର ଭିଜନ କମ୍ପାନୀର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରୟୋଗ ସହାୟକ ସିଦ୍ଧ ହେଉଛି । ସ୍ବାସ୍ଥ୍ୟ ବୀମା ବାବଦ ପ୍ରାପ୍ୟ ଶୀଘ୍ର ପ୍ରଦାନ କରିବା ଲାଗି ଆଲିବାବା ଗ୍ରୁପର ଆଣ୍ଟି ଫାଇନାନସିଆଲ୍ସ ବ୍ଲକଚେନ ଟେକ୍ନୋଲୋଜି ଉପଯୋଗ କରୁଛି ।

ଏସବୁ ପଦକ୍ଷେପ ଯୋଗୁଁ, ହାସପାତାଳ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ କଥାବାର୍ତ୍ତା ଓ ଉପସ୍ଥାନ ଭିତ୍ତିକ ସଂପର୍କ ସମୟ ବହୁ ମାତ୍ରାରେ ହ୍ରାସ ପାଇଛି । ରୋବୋଟଗୁଡ଼ିକ ଭାଇରସ ଦ୍ବାରା ସଂକ୍ରମିତ ହେଉ ନଥିବାରୁ ସେଗୁଡ଼ିକୁ କୋଠାବାଡ଼ି ଓ ସର୍ବସାଧାରଣ ସ୍ଥାନ ବିଶୋଧନରେ ବ୍ୟବହାର କରାଯାଉଛି । ଚୀନର ପୁଡୁ ଟେକ୍ନୋଲୋଜି ସଂସ୍ଥା ଏହି ସବୁ ରୋବୋଟ ପ୍ରସ୍ତୁତ କରିଛି ଏବଂ ରୋଗୀଙ୍କୁ ଖାଦ୍ୟ ଓ ଔଷଧ ଦେବା ଲାଗି ସେଗୁଡ଼ିକୁ ବ୍ୟବହାର କରାଯାଉଛି । ଟେରା କମ୍ପାନୀ ଦ୍ବାରା ପ୍ରସ୍ତୁତ ଡ୍ରୋନ, ପରୀକ୍ଷଣ ଫଳାଫଳ ସଂପର୍କିତ ରିପୋର୍ଟ ଏବଂ ପୃଥକ ରହିବା ଲାଗି ଆବଶ୍ୟକ ଉପକରଣ ପହଞ୍ଚାଇବା କାମରେ ଲାଗୁଛି । ଜନଗହଳି ଏବଂ ରୋଗ ସଂକ୍ରମଣକୁ ଦୂରେଇ ରଖିବା ପାଇଁ ଡ୍ରୋନଗୁଡ଼ିକ ସର୍ବସାଧାରଣ ସ୍ଥାନ ଉପରେ ଅବିରତ ଭାବେ ନଜର ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.