ETV Bharat / bharat

ହୋମଓ୍ବାର୍କ କରି ନ ଥିବାରୁ ଛାତ୍ରୀଙ୍କୁ 168ଟି ଚାପୁଡା, ଶିକ୍ଷକ ଗିରଫ - student

ହୋମ ଓ୍ବାର୍କ କରି ନ ଥିବାରୁ ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହୋଇଛନ୍ତି  ଶିକ୍ଷକ । ମଧ୍ୟପ୍ରଦେଶର ଝବୁଆ ଅଞ୍ଚଳର ଏକ ବିଦ୍ୟାଳୟରେ ଏପରି ଘଟଣା ଚର୍ଚ୍ଚା ପରିସରକୁ ଆସିଛି ।

ଡିଜାଇନ ଫଟୋ
author img

By

Published : May 15, 2019, 7:14 PM IST

ଭୋପାଳ: ଦଣ୍ଡ ମୁକ୍ତ ଅଞ୍ଚଳରେ ଶିକ୍ଷକ ଦେଲେ ଦେଲେ ସାଂଘାତିକ ଦଣ୍ଡ । ସୀମା ଲଙ୍ଘିଲେ ଶିକ୍ଷକ । ଦଣ୍ଡ ସ୍ଵରୂପ ଦେଲେ ଛାତ୍ରୀଙ୍କୁ ୧୬୮ଟି ଚାପୁଡା । ହୋମ ଓ୍ବାର୍କ କରି ନ ଥିବାରୁ ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହୋଇଛନ୍ତି ଶିକ୍ଷକ । ମଧ୍ୟପ୍ରଦେଶର ଝବୁଆ ଅଞ୍ଚଳର ଏକ ବିଦ୍ୟାଳୟରେ ଏପରି ଘଟଣା ଚର୍ଚ୍ଚା ପରିସରକୁ ଆସିଛି ।

ବିଦ୍ୟାଳୟରେ ଛାତ୍ର-ଛାତ୍ରୀଙ୍କୁ କୌଣସି ଭୁଲ ପାଇଁ ଶିକ୍ଷକ-ଶିକ୍ଷୟତ୍ରୀ ଦଣ୍ଡ ଦେଇଥାନ୍ତି । ମାତ୍ର ଏହି ଦଣ୍ଡ କେତେ ଭୟଙ୍କର ତାହା ଘଟଣା ପରେ ଜମା ପଡିଛି । ଯାହା ଶିକ୍ଷକଙ୍କ ଦୁର୍ବଳ ମାନସିକତାର ପରିଚୟ ଦେଇଛି।

ସମ୍ପୂର୍ଣ୍ଣ ଘଟଣା ଟି ହେଲା, ଝବୁଆ ସରକାରୀ ସ୍କୁଲରେ ଷଷ୍ଠ ଶ୍ରେୀରେ ପଢୁଥିବା ଜଣେ ଛାତ୍ରୀ ହୋମ ୱାର୍କ କରି ନଥିବାରୁ ଶିକ୍ଷକଙ୍କ ରାଗର ଶିକାର ହୋଇଥିଲେ । ଏହି ଘଟଣାରେ ଶିକ୍ଷକ ମନୋଜ କୁମାର ବର୍ମା ୧୪ଜଣ ଛାତ୍ରୀଙ୍କୁ ଏକାଠି କରି ଉକ୍ତ ଛାତ୍ରୀ ଜଣଙ୍କୁ 168 ଚାପୁଡା ମାରିଥିଲେ । ପ୍ରତ୍ୟେକ ଦିନ 14 ଛାତ୍ରଙ୍କୁ କହି ଚାପୁଡା ଲଗାଉଥିଲେ । ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପିତା ଶିବ ପ୍ରତାପ ସିଂହ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ଅଭିଯୁକ୍ତ ଶିକ୍ଷକ ଫେରାର ରହିଥିଲେ । ଶେଷରେ ପୋଲିସ ହାତରେ ଧରା ପଡିଛନ୍ତି ନିଷ୍ଠୁର ଶିକ୍ଷକ ।

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.