ETV Bharat / bharat

ପର୍ଯ୍ୟଟନ କେନ୍ଦ୍ର ହେବ ମୋଦିଙ୍କ ଚା' ଦୋକାନ - ମୋଦିଙ୍କ ଚା' ଦୋକାନ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାଦିନେ ଯେଉଁଠି ଚା’ ବିକୁଥିଲେ ସେହି ସ୍ଥାନ ଏବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଯାଉଛି।  ଗୁଜରାଟର ବଡନଗରରେ  ଥିବା ଏହି ଛୋଟ ଚା’ ଦୋକାନକୁ ନୂଆ ରୂପ ଦେବା ପାଇଁ  ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ଫାଇଲ ଫଟୋ
author img

By

Published : Sep 2, 2019, 5:35 PM IST

ଅହମଦାବାଦ: ପ୍ରଧାନମନ୍ତ୍ରୀଙ୍କ ଚା' ଦୋକାନ ହେବ ପର୍ଯ୍ୟଟନ କେନ୍ଦ୍ର । ନରେନ୍ଦ୍ର ମୋଦି ପିଲାଦିନେ ଯେଉଁଠି ଚା’ ବିକୁଥିଲେ ସେହି ସ୍ଥାନ ଏବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଯାଉଛି। ଗୁଜରାଟର ବଡନଗରରେ ଥିବା ଏହି ଛୋଟ ଚା’ ଦୋକାନକୁ ନୂଆ ରୂପ ଦେବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କେନ୍ଦ୍ର ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ପହ୍ଲାଦ ପଟେଲ୍‌ ଏହାର ମୂଳ ସ୍ବରୁପକୁ ବଜାୟ ରଖିବା ପାଇଁ ଦୋକାନକୁ ସମ୍ପୂର୍ଣ୍ଣ କାଚର କଭର୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏହି ଦୋକାନକୁ ପର୍ଯ୍ୟଟନ କେନ୍ଦ୍ର ବନାଇବାର ନିଷ୍ପତ୍ତି 2017 ରେ ହିଁ ହୋଇଯାଇଥିଲା । ଯାହା ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି। ବଡନଗର ରେଳ ଷ୍ଟେସନର ଏକ ପ୍ଲାଟଫର୍ମରେ ଏହି ଚା' ଦୋକାନ ଅବସ୍ଥିତ । ଗୁଜୁରାଟର ମେହସାଣା ଜିଲ୍ଲା ସ୍ଥିତ ବଡନଗରରେ ମୋଦି ଜନ୍ମ ଗ୍ରହଣ କରିଥିଲେ । ତେବେ ତାଙ୍କର ଜନ୍ମସ୍ଥଳକୁ ବିଶ୍ବ ମାନଚିତ୍ରରେ ଆଣିବା ପାଇଁ ବ୍ୟାପକ ଯୋଜନା କରାଯାଇଥିଲା । ଏହି ଯୋଜନା ଅଧିନରେ ତାଙ୍କ ଚା' ଦୋକାନକୁ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.