ETV Bharat / bharat

ଆନ୍ଧ୍ରପ୍ରଦେଶ ସିଲେକ୍ଟ କମିଟି ପ୍ରସଙ୍ଗ: ଟିଡିପି, ବିଜେପି ଓ ପିଡିଏଫର ସଦସ୍ୟ ଚୟନ

ଆନ୍ଧ୍ରପ୍ରଦେଶରେ ତିନୋଟି ରାଜଧାନୀ କରିବା ବିଧେୟକ ଉପରେ ଅନୁଧ୍ୟାନ ଲାଗି ସିଲେକ୍ଟ କମିଟି ପାଇଁ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି), ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ(ପିଡିଏଫ) ଓ ଭାରତୀୟ ଜନତା ପାର୍ଟି(ବିଜେପି) ସେମାନଙ୍କର ସଦସ୍ୟ ଚୟନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 4, 2020, 10:42 AM IST

select committee in andhrapradesh
ଆନ୍ଧ୍ରପ୍ରଦେଶ ସିଲେକ୍ଟ କମିଟି ପ୍ରସଙ୍ଗ; ଟିଡିପି, ବିଜେପି ଓ ପିଡିଏଫର ସଦସ୍ୟ ଚୟନ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ତିନୋଟି ରାଜଧାନୀ କରିବା ବିଧେୟକ ଉପରେ ଅନୁଧ୍ୟାନ ଲାଗି ସିଲେକ୍ଟ କମିଟି ପାଇଁ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି), ପ୍ରୋଗ୍ରେସିଭ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ(ପିଡିଏଫ) ଓ ଭାରତୀୟ ଜନତା ପାର୍ଟି(ବିଜେପି) ସେମାନଙ୍କର ସଦସ୍ୟ ଚୟନ କରିଛନ୍ତି ।
ବିଧାନସଭା ପାରିତ କରିଥିବା ଦୁଇଟି ବିଧେୟକ ଆନ୍ଧ୍ରପ୍ରଦେଶ ବିକେନ୍ଦ୍ରୀକରଣ ଏବଂ ସମସ୍ତ ଅଞ୍ଚଳର ସାମଗ୍ରିକ ବିକାଶ(ଏପିଡିଆଡିଏଆର୍‌) ବିଲ୍‌-2020 ଏବଂ ଆନ୍ଧ୍ରପ୍ରଦେଶ ରାଜଧାନୀ ବିକାଶ ପ୍ରାଧିକରଣ ପ୍ରତ୍ୟାହାର(ଏପିସିଆର୍‌ଡିଏ) ବିଲ୍‌-2020କୁ ବିଧାନପରିଷଦ ସିଲେକ୍ଟ କମିଟିକୁ ପଠାଇଛି ।

ଏହି ଦୁଇଟି ବିଧେୟକ ବିଧାନସଭାରେ ପାରିତ ହୋଇଥିବାବେଳେ ବିଧାନପରିଷଦ ଏହାକୁ ସିଲେକ୍ଟ କମିଟିକୁ ପଠାଇଛି । ଏଠାରେ ରାଜ୍ୟର ବିରୋଧୀ ଦଳ ଟିଡିପିର ସଂଖ୍ୟାବଳ ଅଧିକ ଥିବାରୁ ଏହା ପାସ ହୋଇପାରିନାହିଁ ।

ତେବେ ଟିଡିପି ଏହି ସିଲେକ୍ଟ କମିଟିରେ ପି ଅଶୋକ ବାବୁ, ନାରା ଲୋକେଶ, ଜି ଟିପେ ସ୍ବାମୀ, ବିଟି ନାଇଡୁ ଓ ଜି ସନ୍ଧ୍ୟା ରାଣୀଙ୍କ ନାମ ଏପିଡିଆଡିଏଆର୍‌ ବିଲ୍‌-2020 ପାଇଁ ଚୟନ କରିଛି । ସେପଟେ ଏପିସିଆର୍‌ଡିଏ ବିଲ୍‌-2020 ପାଇଁ ଦଳ ଜି ଦୀପକ ରେଡ୍ଡୀ, ବି ଅର୍ଜୁନୁଡୁ, ବି ରବିଚନ୍ଦ୍ର, ଜି ଶ୍ରୀନିବାସୁଲୁ ଓ ବି ନାଗା ଜଗଦେଶ୍ବର ରାଓଙ୍କ ନାମ ଦଳ ଚୟନ କରିଛି ।

ସେହିପରି କେଏସ ଲକ୍ଷ୍ମଣ ରାଓଙ୍କ ନାମ ପିଡିଏଫ, ଏପିଡିଆଡିଏଆର୍‌ ବିଲ୍‌-2020 ପାଇଁ ଚୟନ କରିଥିବାବେଳେ ଆଇ ଭେଙ୍କେଟଶ୍ବର ରାଓଏଙ୍କ ନାମ ଏପିସିଆର୍‌ଡିଏ ବିଲ୍‌-2020 ପାଇଁ ଦଳ ଚୟନ କରିଛି ।

ଅନ୍ୟପଟେ ବିଜେପି ଏପିଡିଆଡିଏଆର୍‌ ବିଲ୍‌-2020 ପାଇଁ ପିଭିଏନ ମାଧବଙ୍କ ନାମ ଓ ଏପିସିଆର୍‌ଡିଏ ବିଲ୍‌-2020 ପାଇଁ ସୋମୁ ଭେରାଜ୍ଜୁଙ୍କ ନାମ ଚୟନ କରିଛି ।

ସୌଜନ୍ୟ: @ANI

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.