ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟରେ ପହଞ୍ଚିଛି ଟାଟାସନ୍ସ ମାମଲା । ସାଇରସ ମିସ୍ତ୍ରୀଙ୍କୁ ପୁନର୍ନିଯୁକ୍ତି ବିରୋଧରେ ଟାଟା ସନ୍ସ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି । ସାଇରସଙ୍କୁ ପୁନର୍ବାର ଏକ୍ଜିକ୍ୟୁଟିଭ ଚେୟାରମ୍ୟାନ କରିବା ଆଦେଶକୁ କୋର୍ଟରେ ଚ୍ୟାଲେଞ୍ଜ କରିଛି ଟାଟା ସନ୍ସ ।
ଗତ ମାସ ସାଇରସ ମିସ୍ତ୍ରୀଙ୍କୁ ପୁନର୍ବାର ଏକ୍ଜିକ୍ୟୁଟିଭ ଚେୟାରମ୍ୟାନ ଭାବେ ନିଯୁକ୍ତ କରିବାକୁ କହି ନ୍ୟାସନାଲ କମ୍ପାନୀ ଲ' ଅପିଲେଟ ଟ୍ରିବ୍ୟୁନାଲ ଟାଟା ସନ୍ସକୁ ବଡ ଝଟକା ଦେଇଥିଲେ । ଏନସିଏଲଏଟି ସାଇରସ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଚେୟାରମ୍ୟାନ ପଦରୁ ହଟାଯିବା ପ୍ରସଙ୍ଗକୁ ଅବୈଧ ବୋଲି କହିଥିଲେ । ଟାଟା ସନ୍ସ ବୋର୍ଡ ସାଇରସଙ୍କ ଉପରେ ଖରାପ ବ୍ୟବହାର ଅଭିଯୋଗ କରି ତାଙ୍କୁ ଚେୟାରମ୍ୟାନ ପଦରୁ ହଟାଇ ଦେଇଥିଲେ ।
ପୂର୍ବରୁ 29 ଡିସେମ୍ବର 2012ରେ ସାଇରସଙ୍କୁ ଟାଟାର ଚେୟାରମ୍ୟାନ କରାଯାଇଥିଲା । ପରେ 2016ରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା । ଟାଟାର ଏହି ନିଷ୍ପତ୍ତି ବିରୁଦ୍ଧରେ ସାଇରସ ଏନସିଏଲଟିରେ ଅପିଲ କରିଥିଲେ । 2018ରେ ଏନସିଏଲଟି ସାଇରସଙ୍କ ଆବେଦନକୁ ଖାରଜ କରିବା ପରେ ସେ ଏହା ବିରୁଦ୍ଧରେ ଏନସିଏଲଏଟି ପହଞ୍ଚିଥିଲେ ।