ETV Bharat / bharat

କୋରୋନା ସଂକ୍ରମିତଙ୍କ ପାଇଁ ଟାଟା ନିର୍ମାଣ କରୁଛି 2,954 ଶଯ୍ୟା - tata projects is preparing 2954 beds

ଇଞ୍ଜିନିୟରିଂ କମ୍ପାନୀ ଟାଟା ପ୍ରୋଜେକ୍ଟ ଶନିବାର କହିଛି ଯେ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶର ମେଡିକାଲରେ 2954 ଶଯ୍ୟା ପ୍ରଦାନ କରିବାର ବ୍ୟବସ୍ଥା କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ରୋଗୀଙ୍କ ପାଇଁ ଟାଟା ନିର୍ମାଣ କରୁଛି 2,954 ଶଯ୍ୟା

author img

By

Published : May 25, 2020, 1:39 AM IST

ମୁମ୍ବାଇ: ଇଞ୍ଜିନିୟରିଂ କମ୍ପାନୀ ଟାଟା ପ୍ରୋଜେକ୍ଟ ଶନିବାର କହିଛି ଯେ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶର ମେଡିକାଲରେ 2954 ଶଯ୍ୟା ପ୍ରଦାନ କରିବାର ବ୍ୟବସ୍ଥା କରିଛି । କମ୍ପାନୀର ମୁଖ୍ୟ ଅଧିକାରୀ ହିମାଂଶୁ ଚତୁର୍ବେଦୀ ନିଜ ବୟାନରେ କହିଛନ୍ତି ଯେ ଡାକ୍ତରଖାନାର ନେଟୱର୍କ ବଢାଇବା ଏବଂ ଆହୁରି ଭଲ କରିବା ପାଇଁ ସାହାଯ୍ୟ କରୁଛନ୍ତି ।

ସମ୍ପ୍ରତିରେ କମ୍ପାନୀ ମୁମ୍ବାଇର କୋଇଏମ ମେଡିକାଲର ଦୁଇଟି ୱାର୍ଡକୁ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରଯାଇଛି । ଯେଉଁଥିରେ 65 ଶଯ୍ୟା ଏବଂ ସ୍ବତନ୍ତ୍ର ଚିକିତ୍ସା ଉପକରଣ ରହିଛି । ଏହାଛଡା କମ୍ପାନୀ କୋଇଏମ ଡାକ୍ତରଖାନାର ଅର୍ଥୋପେଡିକ କେନ୍ଦ୍ରକୁ 115 ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟର ତିଆରି କରାଯାଉଛି ।

ଟାଟା ପ୍ରଜେକ୍ଟ ଯୋଗେଶ୍ବରୀରେ ଏଚବିଟି ଟ୍ରାମା ସେଣ୍ଟରରେ 72 ଶଯ୍ୟା ବିଶିଷ୍ଟ ଆଇସୋଲେସନ କେନ୍ଦ୍ର ନିର୍ମାଣ କରାଯାଉଛି । ଏହା ଚଳିତ ମାସ ଶେଷ ସୁଦ୍ଧା ନିର୍ମିତ ହୋଇସାରିବ । ଏହି କମ୍ପାନୀ ମୁମ୍ବାଇ ମାରୋଲର ସେଭେନ ହିଲ୍ସ ମେଡିକାଲରେ 300 ଶଯ୍ୟା ବିଶିଷ୍ଟ ଆଇସୋଲେସନ କେନ୍ଦ୍ର ଯୋଜୋନା କରୁଛି । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ କୋରୋନା ସଂକ୍ରମିତଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବାର ଯୋଜନା କରିଛି କମ୍ପାନୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.