ମୁମ୍ବାଇ: ମହାରାଷ୍ଟ୍ରର ସୋଲାରପୁର ଜିଲ୍ଲାର ତୁଲଜାପୁର ଉପତ୍ୟକାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାର ଉପରେ ଏକ ଟ୍ୟାଙ୍କର ମାଡିଯିବାରୁ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 4 ଆହତ ହୋଇଛନ୍ତି।
ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଓସମାନାବାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ୟାଙ୍କର ଚାଳକ ବୁଲାଣିରେ ଗାଡି ନେଉଥିବା ବେଳେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ସାମନାରେ ଥିବା କାର ଉପରେ ଏହା ମାଡିଯାଇଥିଲା।
ଏହି ଘଟଣାରେ 7ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4 ଆହତ ହୋଇଥିଲେ। ମୃତକ ସୋଲାରପୁର ଅଞ୍ଚଳର ବୋଲି ଜଣାପଡିଛି।