ଅହମଦାବାଦ: ଗୁଜୁରାଟର ରତ୍ଲାମ ବାଇପାସ ରୋଡ ଉପରେ ଏସିଡ୍ ପରିବହନ କରୁଥିବା ଏକ ଟ୍ୟାଙ୍କର ଲିକ୍ ହୋଇଥିବା ଜଣାପଡିଛି । ଘଟଣା ପରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ଏଣେତେଣେ ଦୌଡୁଥିବା ଦେଖିବାକୁ ମିଳିଛି ।
କ୍ଲୋରୋସଲଫୋନିକ୍ ଏସିଡ୍ ଥିବା ଏହି ଟ୍ୟାଙ୍କରୁ ଧୁଆଁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ଲିକ୍ ହେବାର କାରଣ ଏବେ ସୁଦ୍ଧା ଜଣା ପଡିନାହିଁ । ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ । ସେପଟେ ଟ୍ୟାଙ୍କର ଲିକ୍ ହେବା ପରେ ଡ୍ରାଇଭର ତୁରନ୍ତ ଗାଡିଟିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ।
ଅହମ୍ମଦାବାଦ ଡ୍ରେସିଂ କମ୍ପାନୀର ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚି ଏସିଡ୍ ଅନ୍ୟ ଏକ ଟ୍ୟାଙ୍କରକୁ ସ୍ଥାନାନ୍ତର କରିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ