ETV Bharat / bharat

ବିଜ୍ଞାପନ ବିବାଦ: କ୍ଷମା ମାଗିଲା ଗୁଜୁରାଟ ଶୋ ରୁମ୍, ଆକ୍ରମଣ ଖବର ଗୁଜବ - କ୍ଷମା ମାଗିଲା ଗୁଜୁକାଟ ଶୋ ରୁମ୍

‘ଲଭ ଜିହାଦ’କୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ବିବାଦ ଘେରରେ ତନିଷ୍କ ବ୍ରାଣ୍ଡର ବିଜ୍ଞାପନ ଭିଡିଓ । ଏହା ପରେ କଚ୍ଛର ଗାନ୍ଧୀଧାମରେ ​​ଥିବା ତନିଷ୍କ ଶୋ ରୁମରେ ଭଙ୍ଗାରୁଜା ହୋଇଥିବା ଖବର ପ୍ରଚାରିତ ହୋଇଥିଲା, ଯାହା ଗୁଜବ ।

ଗୁଜୁରାଟ ଶୋ ରୁମ୍
ଗୁଜୁରାଟ ଶୋ ରୁମ୍
author img

By

Published : Oct 15, 2020, 6:16 PM IST

ଗାନ୍ଧୀନଗର: ତନିଷ୍କ ବ୍ରାଣ୍ଡର ବିଜ୍ଞାପନ ପ୍ରସାରିତ ହେବା ପରେ ବର୍ତ୍ତମାନ ଏହା ବିବାଦ ଘେରରେ । ଏ ମଧ୍ୟରେ କଚ୍ଛର ଗାନ୍ଧୀଧାମରେ ​​ଥିବା ତନିଷ୍କ ଶୋ ରୁମରେ ଭଙ୍ଗାରୁଜା ହୋଇଥିବା ଖବର ପ୍ରଚାରିତ ହୋଇଥିଲା । ତେବେ ଏହା କେବଳ ଗୁଜବ ବୋଲି ପୋଲିସ ତଦନ୍ତ ପରେ ସ୍ପଷ୍ଟ କରିଛି ।

ବୁଧବାର ଗାନ୍ଧୀଧାମ ତନିଷ୍କ ଶୋ ରୁମରେ ହୋଇଥିବା ଆକ୍ରମଣ ଏବଂ ଭଙ୍ଗାରୁଜା ଖବର ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା । ଏକ ଭିଡିଓ ମଧ୍ୟ ଲିକ୍ ହୋଇଛି। ଗାନ୍ଧୀଧାମ ଏସପି ମୟୂର ପାଟିଲ ଗଣମାଧ୍ୟମକୁ କହିଛନ୍ତି ଯେ ଶୋ ରୁମ ଆକ୍ରମଣ କିମ୍ବା ଡକାୟତି ସତ ନୁହେଁ । ଏହା କେବଳ ଏକ ଗୁଜବ ।

ପ୍ରକାଶଥାଉକି, ଅକ୍ଟୋବର 12ରେ ଦୁଇ ଜଣ ଏହି ଶୋ ରୁମକୁ ଆସି ବିବାଦୀୟ ପ୍ରସଙ୍ଗରେ କ୍ଷମା ମାଗିବାକୁ କହିଥିଲେ। ବିବାଦ ପରେ ତନିଷ୍କ ଜାତୀୟ ସ୍ତରରେ କ୍ଷମା ମଧ୍ୟ ମାଗିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.