ETV Bharat / bharat

ଦେଶର ଦ୍ବିତୀୟ ରାଜ୍ୟ: ତାମିଲନାଡୁରେ 50 ହଜାର ପାର କୋରୋନା ଆକ୍ରାନ୍ତ

ତାମିଲନାଡୁରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା 2000 ପାର କରିଛି । ଅଧିକ ପଢନ୍ତୁ..

ଦେଶର ଦ୍ବିତୀୟ ରାଜ୍ୟ: ତାମିଲନାଡୁରେ 50 ହଜାର ପାର କୋରୋନା ଆକ୍ରାନ୍ତ
ଦେଶର ଦ୍ବିତୀୟ ରାଜ୍ୟ: ତାମିଲନାଡୁରେ 50 ହଜାର ପାର କୋରୋନା ଆକ୍ରାନ୍ତ
author img

By

Published : Jun 19, 2020, 6:56 AM IST

ଚେନ୍ନାଇ: ତାମିଲନାଡୁରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉନି । ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା 2000 ପାର କରିଛି । ଫଳରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ଏଠାରେ ପଜିଟିଭ ସଂଖ୍ୟା 50 ହଜାର ଟପିଛି ।

ଗୁରୁବାର ନୂଆ 2141 ମାମଲା ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ପୂର୍ବ ସପ୍ତାହରେ ଏହା 2000 ତଳେ ଥିବା ବେଳେ ଚଳିତ ସପ୍ତାହରେ ଏହା ଉପରେ ଆକ୍ରାନ୍ତ ବାହାରିଛନ୍ତି । ବୁଧବାର ପ୍ରଥମ ଥର ଏହା 2000 ପାର କରିଥିବାବେଳେ ଲଗାତାର ଦ୍ବିତୀୟ ଦିନ ମଧ୍ୟ ଏହା ଜାରି ରହିଛି । ପୂର୍ବରୁ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇନଥିଲେ । ଏହାସହ ଏବେ ସୁଦ୍ଧା ତାମିଲନାଡୁରେ ମୋଟ୍ କୋରୋନା ଆକ୍ରାନ୍ତ 50 ହଜାର ପାର କରି 52 ହଜାର 334 ଛୁଇଁଛି ।

ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା 625 ପହଞ୍ଚିଛି । ଗତ 24 ଘଣ୍ଟାରେ 49ଟି ମୃତ୍ୟୁ ହୋଇଛି । ଏବେ ଯାଏଁ 27 ହଜାର 624 ଲୋକ ସୁସ୍ଥ ହୋଇସାରିଲେଣି । ପ୍ରକାଶ ଥାଉ କି ବୁଧବାର ପ୍ରଥମ ଥର ପାଇଁ 2000 ଆକ୍ରାନ୍ତ ବାହାରିବା ସହ ତାମିଲନାଡୁରେ କୋରୋନା ପଜିଟିଭ 50 ହଜାର ପାର କରିଥିଲା । ମହାରାଷ୍ଟ୍ର ପରେ ଦେଶର ଦ୍ବିତୀୟ ରାଜ୍ୟ ଭାବେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ପାର କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.