ଚେନ୍ନାଇ: ଗଛ ପାଲଟିଛି ମନ୍ଦିର ଆଉ ଗଛର ଗଣ୍ଡିରେ ପ୍ରଭୁ ଗଜାନନ ପାଉଛନ୍ତି ପୂଜା। ତାମିଲନାଡୁ କୋଏମ୍ବାଟୁରରେ ଦେଖିବାପାଇଁ ମିଳିଛି ଏହି ଅଜବ ବିଶ୍ବାସ । କୋଏମ୍ବାଟୁରରେ ଥିବା ଏକ କୃଷ୍ଣଚୂଡା ଗଛରେ ଉଭା ହୋଇଛନ୍ତି ପ୍ରଭୁ ଗଣେଶ ।
ସ୍ଥାନୀୟ ଲୋକଙ୍କ ବିଶ୍ବାସରେ ଏହା ହେଉଛି ଗଛ ମନ୍ଦିର । ଏହି ଗଛ ଆଗରେ ଆମେ ଯାହା ମାଗିବୁ ସବୁ ମିଳିବ । ପ୍ରତିଦିନ ଅଫିସ ଓ ସ୍କୁଲ କଲେଜ ଗଲାବେଳେ ଏଠି ଗଣେଷଙ୍କୁ ଦର୍ଶନ କରି ଆମେ ଯାଉ ବୋଲି କହିଛନ୍ତି ଜଣେ ସ୍ଥାନୀୟ ବାସିନ୍ଦା ।
ଏଠିକାର ପ୍ରାୟ ସବୁ ଗଛ ଶୁଷ୍କ ଅବସ୍ଥାରେ ଥିବା ବେଳେ ଏହି ଗଛ ସର୍ବଦା ସବୁଜିମାରେ ଭରପୁର। କାହିଁକି ନା ଶ୍ରଦ୍ଧାଳୁ ପ୍ରତିଦିନ ଗଛ ମୂଳ ସଫା କରିବା ସହ ପାଣି ଦେଇଥାନ୍ତି।