ଚେନ୍ନାଇ: ତାମିଲନାଡୁରେ ଜୁନ୍ 30 ଯାଏଁ ଲକଡାଉନ ବୃଦ୍ଧି । ଶୁକ୍ରବାର ଠାରୁ ତାମିଲନାଡୁର 4ଟି ଜିଲ୍ଲାରେ ଲକଡାଉନ ଅବଧିକୁ ଜୁନ୍ 30 ଯାଏଁ ବୃଦ୍ଧି କରିଛନ୍ତି ତାମିଲନାଡୁ ସରକାର ।
ତାମିଲନାଡୁର ଚେନ୍ନାଇ, ଥୀରୁଭାଲୁର, କାଞ୍ଚିପୁରମ ଏବଂ ଚେଙ୍ଗାଲପେଟ ଜିଲ୍ଲାରେ ଜୁନ 30 ଯାଏଁ ଲକଡାଉନ ବୃଦ୍ଧି କରାଯାଇଛି ।
ପ୍ରକାଶ ଥାଉକି, ଦେଶରେ କୋରୋନା ମାମଲା ଦୃଷ୍ଟିରୁ ତାମିଲନାଡୁ ଦ୍ବିତୀୟ ସ୍ଥାନରେ ରହିଛି । ତାମିଲନାଡୁରେ ବର୍ତ୍ତମାନ 52 ହଜାର 334 କୋରୋନା ଆକ୍ରାନ୍ତ ରହିଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 625 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।