ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପାଲାନୀସ୍ବାମୀଙ୍କ ମା’ ଥାଭୁସାୟାମଲଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ 93 ବର୍ଷ ବୟସ ହୋଇଥିଲା । ତେବେ ସାଲେମରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାୟ ରାତି 12.15 ରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନାନୁସାରେ, ଅକ୍ଟୋବର 13 ତାରିଖ ସକାଳେ ପଲାନିସ୍ବାମୀ କୋରୋନା ପ୍ରତିରୋଧ କାର୍ଯ୍ୟ ଯାଞ୍ଚ ପାଇଁ ଥୋଥୁକୁଡି ଅଭିମୁଖେ ଯାତ୍ରା କରୁଥିଲେ । ତେବେ ତାଙ୍କ ମା’ଙ୍କ ଦେହାନ୍ତ ଜାଣିବା ପରେ ସେ ସଙ୍ଗେ ସଙ୍ଗେ ସାଲେମକୁ ଫେରିଥିଲେ । ଏବଂ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ସମସ୍ତ କାର୍ଯ୍ୟକ୍ରମକୁ ସେ ସ୍ଥଗିତ ରଖିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ