ଚେନ୍ନାଇ: ଦେଶରେ 7000 ହଜାର ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହା ମଧ୍ୟରେ ତାମିଲନାଡୁରେ ଏକ କୋରୋନା ସନ୍ଦିଗ୍ଧ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, 60 ବର୍ଷୀୟ ସନ୍ଦିଗ୍ଧ ଜଣଙ୍କ ନିକଟରେ କେରଳରୁ ଫେରିଥିଲେ । ଏହାପରେ ତାଙ୍କ ଠାରେ ଥଣ୍ଡା ଏବଂ ଜ୍ବରର ଲକ୍ଷଣ ଦେଖାଯାଇଥିଲା । ଏହାପରେ ଗତ 6 ତାରିଖରେ ସେ ଅରିୟାଲୁରର ସରକାରୀ ମେଡିକାଲରେ ଆଇସୋଲେସନ ୱାର୍ଡରେ ରହିଥିଲେ ।
ଏହାପରେ ଏପ୍ରିଲରେ ତାଙ୍କ ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ଦିଆଯାଇଥିଲା । ମାତ୍ର ସେ କୋରୋନା ଆକ୍ରାନ୍ତ ହେବା ଭୟରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏପଟେ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି ।