ETV Bharat / bharat

ଟାମାରିଲୋ: କନ୍ଥାଲୁରରେ ଫଳ ଜଗତରେ ନୂଆ ଅତିଥି - ମରାଠାକଲ୍ଲି

ବଦଳୁଛି ପାଣିପାଗ । ଆଉ ଏହା ସହିତ ଦେଶର ବିଭିନ୍ନ ସ୍ଥାନରେ ନୂଆ ନୂଆ ବିଦେଶୀ ଫଳ ମଧ୍ୟ ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ କେରଳରେ ବର୍ଷକୁ ଥରେ ମାତ୍ର ଚାଷ ହୋଇଥାଏ ଟାମାରିଲୋ ବା ମରାଠାକଲ୍ଲି । ଏହି ଫଳ ପର୍ଯ୍ୟକଙ୍କୁ ବେଶ ଆକର୍ଷିତ ମଧ୍ୟ କରୁଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Jul 26, 2019, 9:22 AM IST

କନ୍ଥାଲୁର: ଦକ୍ଷିଣ ଭାରତରେ ଫଳ ଜଗତରେ ସେଓର ସ୍ଥାନ ନିଆରା । କିନ୍ତୁ ପାଣିପାଗ ପରିବର୍ତ୍ତନ ହେଉଥିବାବେଳେ ଏବେ ମରାଠାକଲ୍ଲି(ଟାମାରିଲୋ) ସେଓର ସ୍ଥାନ ନେଉଛି । ଯାହା ସ୍ଥାନୀୟ ବାସିନ୍ଦାଙ୍କ ସହିତ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିବାରେ ଲାଗିଛି ।

ଭିଡ଼ିଓ ସୌଜନ୍ୟ: ଇଟିିଭି ଭାରତ ବ୍ୟୁରୋ

ମରାଠାକଲ୍ଲି, (ବୈଜ୍ଞାନିକ ନାମ ଟାମାରିଲୋ) ବିଶେଷ ଭାବେ ଏଥେନ୍ସ ଓ ପେରୁ ଅଞ୍ଚଳରେ ଦେଖାଯାଏ । ଟାମାରିଲେ ବା ମରାଠାକଲ୍ଲିର ଭିତର ଅଂଶ ଦେଖିବାକୁ ଟମାଟୋ ଭଳି । ସେହିପରି ଏହାର ବାହ୍ୟ ଅଞ୍ଚଳ ବାଇଗଣ ଭଳି ଦେଖିବାକୁ । ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହି ଫଳରେ ଭିଟାମିନ 'ଏ' ଭରପୁର ରହିଛି । ତେବେ ରୋଗ ନିରାକରଣ ଓ ରକ୍ତଚାପ ନିୟନ୍ତ୍ରଣ କରିବାରେ ଏହା ବେଶ ସହାୟକ ହୋଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ସେପଟେ କିନ୍ତୁ ଏହି ଫଳର ଚାଷକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷୀମାନେ କହିଛନ୍ତି କି ଏହି ଫଳରେ ସେମାନଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ । ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଫଳ ସହିତ ପରିଚିତ କରିବା ପାଇଁ କେବଳ ଚାଷ କରୁଛନ୍ତି ବୋଲି ସେମାନେ କହିଛନ୍ତି । ତେବେ ଏହି ଫଳର ବିକ୍ରି ପାଇଁ ସରକାର ଯଦି କୌଣସି ପ୍ରକାର ସାହାଯ୍ୟ କରନ୍ତେ, ତାହା ହେଲେ ସେମାନେ ବେଶ ଦୁଇ ପଇସା ପାଆନ୍ତେ ବୋଲି ଚାଷୀମାନେ କହିଛନ୍ତି ।

ଏହା ସହିତ ଏହି ଫଳ ପାଇଁ କନ୍ଥାଲୁର ମଧ୍ୟ ସ୍ବତନ୍ତ୍ର ପରିଚୟ ପାଇ ପାରନ୍ତା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି । ବର୍ଷକୁ ପାଖାପାଖି 1 ଟନ ଟମାରିଲୋ ଚାଷ ହେଉଛି ବୋଲି ସେମାନେ ପ୍ରକାଶ କରିଛନ୍ତି ।

Intro:Body:

prabhudatta

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.