ଭୋପାଳ: ମଧ୍ୟ ପ୍ରଦେଶରେ କୋବ୍ରାର ଫଟୋ ଉଠାଇବା ଜଣେ ଫଟୋଗ୍ରାଫରକୁ ପଡିଲା ମହଙ୍ଗା । 'ଓ୍ବାଲର୍ଡ ଫଟୋଗ୍ରାଫି ଡେ'ରେ କୋବ୍ରାର ଫଟୋ ଉଠାଇବା ଫଟୋଗ୍ରାଫର ସାଗର ଜିଲ୍ଲାର ଧୃବ ହାଉସ ପହଞ୍ଚିଥିଲେ । ତାଙ୍କୁ ଏହାପୂର୍ବରୁ ସେଠାରେ ଏକ କୋବ୍ରା ଥିବାର ଖବର ମିଳିଥିଲା । ତେବେ ସେଠାରେ ଏମିତି କିଛି ଘଟଣା ଘଟିଥିଲା ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ନିଶ୍ଚୟ ।
କୋବ୍ରାର ଫଟୋ ନେବାପାଇଁ ଫଟୋଗ୍ରାଫର ଜଣକ ଯେମିତି କ୍ୟାମେରା ଅନ କରି ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ ସେହି ସମୟରେ ସାପଟି କ୍ୟାମେରା ଦେଖି ଫଣା ଟେକିବାକୁ ଲାଗିଥିଲା । ଆଉ ଫଟୋଗ୍ରାଫର ଜଣକ ଏହା ଦେଖି ନିଜ କ୍ୟାମେରାକୁ ସେହିଠାରେ ରଖିଦେଇଥିଲେ । କିନ୍ତୁ ସାପଟି ଆସି ଉକ୍ତ କ୍ୟାମେରା ଉପରେ ଗୋଲହୋଇ ବସିଥିଲା ।
ଏହା ଦେଖି ଫଟୋଗ୍ରାଫରର ହୋସ ଉଡିଗଲା । ସେ ଅନେକ ସମୟ ଧରି ସାପକୁ ହଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ଏହାପରେ ସ୍ନେକ ହେଲ୍ପ ଲାଇନକୁ ଫୋନ କରିଥିଲେ । ଏହାପରେ କୋବ୍ରାକୁ ଉଦ୍ଧାର କରାଯାଇ କ୍ୟାମେରାକୁ ଫଟୋଗ୍ରାଫରଙ୍କୁ ହସ୍ତାନ୍ତର ହୋଇଥିଲା ।
https://www.etvbharat.com/hindi/madhya-pradesh/state/sagar/cobra-wrapped-with-camera-of-photographer-in-sagar/mp20190820142120863