ଆଗ୍ରା: ପ୍ରେମର ପ୍ରତୀକ, ଐତିହାସିକ କୀର୍ତ୍ତିରାଜୀର ପ୍ରମୁଖ ସାକ୍ଷୀ ତାଜମହଲ। ପୃଥିବୀର ସାତଗୋଟି ଅଦ୍ଭୁତ ଆଶ୍ଚର୍ଯ୍ୟ ମଧ୍ୟରେ ତାଜମହଲକୁ ପରିଗଣିତ କରାଯାଏ । ଏହି ଆଶ୍ଚର୍ଯ୍ୟକୁ ଯିଏ ଥରେ ପରିଦର୍ଶନ କରେ ସେ ତାର ପ୍ରେମରେ ପଡିଯାଏ। ଆଉ ଏଥିରୁ ମଧ୍ୟ ବାଦ ପ଼ଡିନାହାଁନ୍ତି ଶକ୍ତିଶାଳୀ ଦେଶ ଆମେରିକାର ଫାଷ୍ଟ ଲେଡି ମିଲେନିଆ ଟ୍ରମ୍ଫ।
ହେଲେ ଏହି ପ୍ରସିଦ୍ଧ ସ୍ଥଳୀକୁ କୋରୋନାର କଳାନଜରରୁ ବଞ୍ଚେଇବାକୁ ପୁଣି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଆଗ୍ରାରେ କୋଭିଡ୍ 19 ସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ପୁନର୍ବାର ବନ୍ଦ ରଖିଛନ୍ତି। ଫତେହପୁର ସିକ୍ରି ଦୁର୍ଗ, ଇଟମାଦ୍-ଉଦ-ଦୌଲା ଏବଂ ଆଗ୍ରା ଦୁର୍ଗ ପରି ଅନ୍ୟାନ୍ୟ ସ୍ମାରକୀ ମଧ୍ୟ ଆଗ୍ରା ଜିଲ୍ଲାରେ ବନ୍ଦ ରହିବ।
ସରକାରୀ ବିବୃତ୍ତିରେ କୁହାଯାଇଛି, "ତାଜମହଲ ସ୍ମାରକୀ ତାଜାକୀସ୍ଥାନ ପୋଲିସ ଷ୍ଟେସନ ଅଧୀନରେ ଅଛି, ଯାହା ବର୍ତ୍ତମାନ ଏକ କଣ୍ଟେନମେଣ୍ଟ ଜୋନ ଅଟେ। ସ୍ମାରକଗୁଡିକରେ ପର୍ଯ୍ୟଟକଙ୍କ ଚଳପ୍ରଚଳ ମହାମାରୀର ପ୍ରସାର ବଢାଇପାରେ। ''
-
#Agra में #Covid19 की वर्तमान स्थिति को दृष्टिगत रखते हुए ऐतिहासिक स्मारक ताजमहल, आगरा किला, अकबर टॉम्ब सिकंदरा इत्यादि समस्त संरक्षित स्मारकों को “बफर जोन” मानते हुए अग्रिम आदेशों तक अभी फिलहाल ना खोले जाने का निर्णय लिया गया l @UPGovt@PrabhuNs_@IpsBablooKumar pic.twitter.com/4BbrVCaFv4
— District Magistrate Agra (@OfficeOfDMAgra) July 5, 2020 " class="align-text-top noRightClick twitterSection" data="
">#Agra में #Covid19 की वर्तमान स्थिति को दृष्टिगत रखते हुए ऐतिहासिक स्मारक ताजमहल, आगरा किला, अकबर टॉम्ब सिकंदरा इत्यादि समस्त संरक्षित स्मारकों को “बफर जोन” मानते हुए अग्रिम आदेशों तक अभी फिलहाल ना खोले जाने का निर्णय लिया गया l @UPGovt@PrabhuNs_@IpsBablooKumar pic.twitter.com/4BbrVCaFv4
— District Magistrate Agra (@OfficeOfDMAgra) July 5, 2020#Agra में #Covid19 की वर्तमान स्थिति को दृष्टिगत रखते हुए ऐतिहासिक स्मारक ताजमहल, आगरा किला, अकबर टॉम्ब सिकंदरा इत्यादि समस्त संरक्षित स्मारकों को “बफर जोन” मानते हुए अग्रिम आदेशों तक अभी फिलहाल ना खोले जाने का निर्णय लिया गया l @UPGovt@PrabhuNs_@IpsBablooKumar pic.twitter.com/4BbrVCaFv4
— District Magistrate Agra (@OfficeOfDMAgra) July 5, 2020
ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ଆଗ୍ରା ଜିଲ୍ଲାର ସ୍ମାରକୀ ଖୋଲାଯିବ ନାହିଁ ବୋଲି ସମ୍ପୃକ୍ତ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଆଗ୍ରାରେ 71ଟି କୋଭିଡ୍ 19 କଣ୍ଟେନମେଣ୍ଟ ଜୋନ ଅଛି। ତାଜ ସହର ଗତ 4 ଦିନ ମଧ୍ୟରେ 55ଟି ନୂଆ କୋଭିଡ୍ ମାମଲା ଚିହ୍ନଟ କରିଛି। ସେଥିମଧ୍ୟରୁ ଶନିବାର 15ଟି ମାମଲା ରହିଛି।
ଜୁଲାଇ 4 ରେ ସହରର ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ 139 ଟି ସକ୍ରିୟ ମାମଲା ଥିବାବେଳେ ମୋଟ ସଂଖ୍ୟା 1,282 ଥିଲା। ସହରରେ କୋଭିଡ୍ ମୃତ୍ୟୁସଂଖ୍ୟା 90ରେ ପହଁଞ୍ଚିଛି। ଏହି ସମୟରେ, ଗତ 24 ଘଣ୍ଟା ମଧ୍ୟରେ 1,155 ଟି ନୂଆ ମାମଲା ରିପୋର୍ଟ ହେବା ପରେ ଉତ୍ତରପ୍ରଦେଶରେ ମୋଟ ସକ୍ରିୟ ମାମଲା 8,161 କୁ ବୃଦ୍ଧି ପାଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ 785 କୁ ବୃଦ୍ଧି ପାଇଛି।
ଏହାପୂର୍ବରୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଜୁଲାଇ 6, 2020 ରୁ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀଗୁଡ଼ିକୁ ପୁନଃ ଖୋଲିବାକୁ ଘୋଷଣା କରିଥିଲେ।ସେ କହିଥିଲେ ଯେ ପରିଦର୍ଶନକାରୀଙ୍କ ପାଇଁ କେବଳ ସେହି ସ୍ମାରକୀ ଏବଂ ସଂଗ୍ରହାଳୟ ଖୋଲାଯିବ।