ETV Bharat / bharat

ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତକୁ ଆଦର୍ଶ ମତଦାତା କହି ତହସିଲଦାର ନିଲମ୍ବିତ - ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ

ଏକ ପୋଷ୍ଟରରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀକୁ ଏକ ଆଦର୍ଶ ମତଦାତା ରୂପେ ଦେଖାଯାଇଥିଲା । ଏହି ଘଟଣାରେ ମୁଖ୍ୟ ନିର୍ବାଚନ ଆୟୋଗ ଜଣେ ତହସିଦାରଙ୍କୁ ନିଲମ୍ବିତ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jul 26, 2019, 11:13 AM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀକୁ ଏକ ଆଦର୍ଶ ମତଦାତା ରୂପେ ଦେଖାଯିବା ଘଟଣାରେ ଜଣେ ତହସିଲଦାରଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୋଗ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ପଞ୍ଜାବର ହୋସିଆରପୁର ତହସିଲଦାର କର୍ନଲ ସିଂଙ୍କୁ ନିଲମ୍ବିତ କରାଯାଇଛି ।

ପଞ୍ଜାବ ହୋସିଆରପୁର ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ଏକ ପୋଷ୍ଟରରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀକୁ ଏକ ଆଦର୍ଶ ମତଦାତା ରୂପେ ଦେଖାଯାଇଥିଲା । ଏହାପରେ ଦିଲ୍ଲୀ ମହିଳା କମିଶନ ଜୁଲାଇ 22ରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଏନେଇ ଏକ ଅଭିଯୋଗ କରିଥିଲେ ।

ଏହାପରେ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ମୁଖ୍ୟ ନିର୍ବାଚନ ଆୟୋଗ ହୋସିଆରପୁର ତହସିଲଦାର କର୍ନଲ ସିଂଙ୍କୁ ନିଲମ୍ବିତ କରିବା ସହ ଏସଭିଇଇପିର ପ୍ରଭାରୀ ରଞ୍ଜନ ମୋଙ୍ଗାଙ୍କୁ ମଧ୍ୟ ନିଲମ୍ବିତ କରିଥିଲେ । ଏଥିସହ ତାଙ୍କ ଉପରେ ବିଭାଗୀୟ ତଦନ୍ତ କରାଯିବା ନେଇ ଆଦେଶ ମଧ୍ୟ ଦେଇଛନ୍ତି ।

ଏହାଛଡା ଏହି ଘଟଣାରେ ବିଜ୍ଞାପନ ପୋଷ୍ଟର ଛାପିଥିବା ହୋସିଆରପୁର ଆନନ୍ଦ ସିଗ୍ନେଚର ପ୍ରିଣ୍ଟିଙ୍ଗ ପ୍ରେସର ମାଲିକ ତେଜିନ୍ଦର ସିଂଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.