ETV Bharat / bharat

ଏଣିକି ଦୋକାନ୍ ସାମ୍ନା ଗହଳିରୁ ମୁକ୍ତି ! ଇ-ଟୋକେନ୍ ଓ ଓ୍ବେଵ୍-ଲିଙ୍କରେ ହେବ ମଦ ବିକ୍ରି

ଗ୍ରୀଲ୍ ଏପାଖେ ପାର୍ସଲ୍ ବଏ ଡାକିବ ପାର୍ସଲ ନିଅ ପାର୍ସଲ୍ ! ଘର ଦୁଆରରେ ପହଞ୍ଚିବ ହର୍ ଏକ ରକମର ବିଦେଶୀ ବ୍ରାଣ୍ଡ୍। ଟଣାଭିଡା, ଠେଲାପେଲା, ଲାଠିମାଡରୁ ମିଳିବ ମୁକ୍ତି। ନଥିବ ଝିନ୍-ଝଟ୍ କିମ୍ବା ନଥିବ ଗହଳି। ସାମାଜିକ ଦୂରତା ବଜାୟ ରଖିବା ସହିତ ମଦ ବ୍ୟଵସାୟକୁ ସ୍ବଭାବିକ କରିବାକୁ ହୋଇଛି ନିଷ୍ପତ୍ତି।

e-token-system-for-  sale-of-liquor
ଏଣିକି ଦୋକାନ୍ ସାମ୍ନା ଗହଳିରୁ ମୁକ୍ତି ! ଇ-ଟୋକେନ୍ ଓ ଓ୍ବେଵ୍-ଲିଙ୍କରେ ହେବ ମଦ ବିକ୍ରି
author img

By

Published : May 8, 2020, 11:55 AM IST

ନୂଆଦିଲ୍ଲୀ: ଗ୍ରୀଲ୍ ଏପାଖେ ପାର୍ସଲ୍ ବଏ ଡାକିବ ପାର୍ସଲ ନିଅ ପାର୍ସଲ୍ ! ଘର ଦୁଆରରେ ପହଞ୍ଚିବ ହର୍ ଏକ ରକମର ବିଦେଶୀ ବ୍ରାଣ୍ଡ୍। ଟଣାଭିଡା, ଠେଲାପେଲା, ଲାଠିମାଡରୁ ମିଳିବ ମୁକ୍ତି। ନଥିବ ଝିନ୍-ଝଟ୍ କିମ୍ବା ନଥିବ ଗହଳି। ସାମାଜିକ ଦୂରତା ବଜାୟ ରଖିବା ସହିତ ମଦ ବ୍ୟଵସାୟକୁ ସ୍ବଭାବିକ କରିବାକୁ ହୋଇଛି ନିଷ୍ପତ୍ତି। ରାଜଧାନୀରେ ମଦ ବିକ୍ରି ପାଇଁ ଦିଲ୍ଲୀ ସରକାର ଏକ ଇ-ଟୋକେନ୍ ଏବଂ ଓ୍ବେବ୍-ଲିଙ୍କ ପ୍ରଦାନ ସୂଚନା ଜାରି କରିଛନ୍ତି।

ଏହି ଅନଲାଇନ୍ ବ୍ୟବସ୍ଥା ଆରମ୍ଭ ମଧ୍ୟ ଆରମ୍ଭ ହୋଇ ଗଲାଣି। ମଦ ଦୋକାନଗୁଡିକରେ ଭିଡ଼କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଦିଲ୍ଲୀ ନୁହେଁ, ସ୍ବତନ୍ତ୍ର ଭାଵେ ମଦ ଦୋକାନରେ ଭିଡ଼ କମାଇବା ପାଇଁ ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଛତିଶଗଡରେ ଏହି ବ୍ୟଵସ୍ଥା ଆରମ୍ଭ ହୋଇଛି। ଘର ଦ୍ୱାରରେ ମଦ ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେବା ପରେ ଆପ୍ ସରକାର ମଦ ବିତରଣ କରିବାକୁ ଚିନ୍ତା କରୁଛନ୍ତି।

ଦିଲ୍ଲୀର ଓ୍ବାଇନ୍ ଷ୍ଟୋରରୁ ମଦ କିଣିବାକୁ ଯୋଜନା କରୁଥିବା ଲୋକମାନେ www.qtoken.in ପରିଦର୍ଶନ କରି ମଦ ଵୁକ୍ କରିଵେ। ଏବଂ ଆବଣ୍ଟନ ସମୟ ମଧ୍ୟରେ ମାତ୍ର ଥରଟିଏ ଦୋକାନକୁ ଯିଵାକୁ ହେବ। ଗରାଖମାନେ ସେମାନଙ୍କର ପରିଚୟପତ୍ର ସହିତ ଆବେଦନ କଲେ, ସେମାନଙ୍କ ଫୋନରେ କି ସିଷ୍ଟମରେ ଏକ ଇ-ଟୋକେନ୍ ପଠାଯିବ ଏବଂ ଏହା ଦେଖାଇବା ପରେ ସେମାନେ ମଦ ଵୁକ୍ କରିପାରିଵେ।

ଏହା ପୂର୍ବରୁ ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ମୋକଦ୍ଦମା ଦାୟର କରାଯାଇଥିଲା। ଯେଉଁଥିରେ ଦିଲ୍ଲୀ ସରକାର ଅନଲାଇନରେ ବିକ୍ରୟ ତଥା ଘରୋଇ ବିତରଣ ଆରମ୍ଭ କରିବା କିମ୍ବା ଏକ ଟୋକେନ୍ ପ୍ରଣାଳୀ ପ୍ରଣୟନ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଲୋଡିଥିଲେ। ।

ଓକିଲ ସିମ୍ରାନ୍ କୋହଲି ଏବଂ ଅଭିଷେକ ଭାଗବତଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ପିଟିସନରେ ମଦ ଦୋକାନ ବାହାରେ ଥିବା ଭିଡ଼କୁ ନିୟନ୍ତ୍ରଣ କରିବା, ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବା ଏବଂ ଏହାର ଆଇନଗତ କର୍ତ୍ତବ୍ୟକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇ ଥିଲା। ପିଟିସନରେ ଦର୍ଶାଯାଇଛି ଯେ, ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଥିବାରୁ ଦିଲ୍ଲୀ ସରକାର ନିଜ କର୍ତ୍ତବ୍ୟ ପାଳନ କରିବାରେ ଅତ୍ୟନ୍ତ ବିଫଳ ହୋଇଛନ୍ତି। ଏବଂ ଲୋକମାନେ ମଦ ଦୋକାନକୁ ବାହାରକୁ ଆସୁଛନ୍ତି ଏବଂ ଦାୟିତ୍ଵହୀନ ଭାବରେ ଚଳପ୍ରଚଳ ହେଉଛନ୍ତି।

କିଛି ଦିନ ହେଵ ମଦ ଦୋକାନ ସାମ୍ନା ଗହଳି ଏଵଂ ଵେପରୁଆ ଢଙ୍ଗରେ ମଦ କିଣିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଵା ପରେ ସରକାର ସମାଲୋଚିତ ହୋଇଥିଲେ। ଏହି ଅନଲାଇନ୍ ବ୍ୟବସ୍ଥା କରିବା ପରେ ପରିସ୍ଥିତିରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.