ETV Bharat / bharat

କର୍ଣ୍ଣାଟକ ସରକାର: ୟେଦ୍ୟୁରାପ୍ପା କ୍ୟାବିନେଟରେ 17 ମନ୍ତ୍ରୀଙ୍କ ଶପଥ ଗ୍ରହଣ - ମୁଖ୍ୟମନ୍ତ୍ରୀ ୟେଦୁରପ୍ପା

କର୍ଣ୍ଣାଟକରେ ଶାସନଗାଦି ହାତକୁ ନେବା ପରେ ଏବେ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରାପ୍ପାଙ୍କ ନେତୃତ୍ୱାଧିନ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତାଙ୍କ ମନ୍ତ୍ରୀ ପରିଷଦରେ ସାମିଲ ହୋଇଥିବା 17 ଜଣଙ୍କୁ ମନ୍ତ୍ରୀଙ୍କୁ ରାଜ୍ୟପାଳ ରାଜ୍ୟପାଳ ଭାଜୁଭାଇ ଭାଲା ଶପଥ ପାଠ କରାଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 20, 2019, 8:57 AM IST

Updated : Aug 20, 2019, 1:14 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶାସନ ଗାଦି ହାତକୁ ନେବା ପରେ ଏବେ ନିଜ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା । ୟେଦ୍ୟୁରାପ୍ପାଙ୍କ ନେତୃତ୍ୱରେ ବିଜେପି, ସରକାରକୁ ଆସିବାର 25 ଦିନ ପରେ ମନ୍ତ୍ରୀମଣ୍ଡଳର ବିସ୍ତାର ହୋଇଛି । କ୍ୟାବିନେଟରେ 17 ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ମଙ୍ଗଳବାର ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି ।

କର୍ଣ୍ଣାଟକ ସରକାରରେ 17 ବିଧାୟକଙ୍କୁ ରାଜ୍ୟପାଳ ଭାଜୁଭାଇ ବାଲା ପଦ ଏବଂ ଗୋପନୀୟତା ଶପଥ ପାଠ କରାଇଛନ୍ତି। ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ବିଜେପି ବିଧାୟକ ହେଉଛନ୍ତି ସିଏନ ଅଶ୍ବଥ ନାରାୟଣ, ଗୋବିନ୍ଦ ଏମ କାରଜୋଲ, କେଏସ ଇଶ୍ବରପ୍ପା ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ସେହିପରି ବି. ଶ୍ରୀରାମୁଲୁ, ଲକ୍ଷ୍ମଣ ସାଭଦି, ଆର ଅଶୋକ, ଜଗଦୀଶ ସେଟ୍ଟାର, ଭି ସୋମନ୍ନା, ସିଟି ରବି, ବସବାରାଜ ବୋମଇ, କୋଟା ଶ୍ରୀନିବାସ, ଜେସି ମଧୁସ୍ବାମୀ, ସିସି ପାଟିଲ, ଏଚ ନଗେଶ, ପ୍ରଭୁ ଚୌହାନ, ଜୋଲି ଶଶୀକାଲା ଆନ୍ନା ସାହେବ ଆଦିଙ୍କୁ କ୍ୟବିନେଟରେ ମନ୍ତ୍ରୀ ଭାବେ ସାମିଲ କରାଯାଇଛି।

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳ ବିସ୍ତାର ପାଇଁ 17 ଜଣ ବିଧାୟକଙ୍କ ନାମକ ପ୍ରସ୍ତାବ ଦିଆଯାଇଥିଲା ।ଗତ 26 ଜୁଲାଇରେ ୟେଦ୍ୟୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହା ପୂର୍ବରୁ କର୍ଣ୍ଣାଟକରେ ରାଜନୈତିକ ନାଟକ ଜାରି ରହିଥିଲା।

Intro:KN_BNG_01_NEW_MINISTER_LIST_SCRIPT_9021933Body:.Conclusion:null
Last Updated : Aug 20, 2019, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.