ETV Bharat / bharat

ଆମରଣ ଅନଶନ ଜାରି ରଖିବେ ସ୍ବାତୀ ମାଲିବାଲ

ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିପାତ କରିଛି ହାଇଦ୍ରାବାଦ ପୋଲିସ। ଏହାକୁ ସମର୍ଥନ କରିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିବାଲ। ହେଲେ ସେ ତାଙ୍କ ଆମରଣ ଅନଶନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

swati-maliwal-
ଫାଇଲ ଫଟୋ
author img

By

Published : Dec 6, 2019, 10:59 AM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡର ଶିକାର ହୋଇଥିବା ପ୍ରାଣୀଧନ ଚିକିତ୍ସକଙ୍କ ମାମଲାରେ ଜଡିତ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ନିପାତ କରିଛି ହାଇଦ୍ରାବାଦ ସିଟି ପୋଲିସ । ଏହାକୁ ସମର୍ଥନ କରିଛନ୍ତି ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିବାଲ। ହେଲେ ସେ ତାଙ୍କ ଆମରଣ ଅନଶନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ନଭେମ୍ବର 27ରେ ପ୍ରାଣୀଧନ ଚିକିତ୍ସକଙ୍କ ସହ ହୋଇଥିବା ବର୍ବରକାଣ୍ଡ ପରେ ନ୍ୟାୟ ଏବଂ ମହିଳା ସୁରକ୍ଷାକୁ ନେଇ ଆମରଣ ଅନଶନରେ ବସିଛନ୍ତି ସ୍ବାତୀ ମାଲୀବାଲ । ଏନକାଉଣ୍ଟରକୁ ନେଇ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଅଭିଯୁକ୍ତଙ୍କ ସହ ଯାହା ହୋଇଛି ଠିକ ହୋଇଛି । ହେଲେ ମୁଁ ନିଜ ଆମରଣ ଅନଶନ ଜାରି ରଖିବି । ଏନକାଉଣ୍ଟର ତ ଠିକ ଅଛି । ହେଲେ ବର୍ତ୍ତମାନର ନ୍ୟାୟ ପ୍ରକ୍ରିୟା ମହିଳାଙ୍କ ପାଇଁ ଘାତକ ସାବ୍ୟସ୍ତ ହେଉଛି । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ କଠୋର ଆଇନ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ସେମାନଙ୍କୁ ଖୁବ ଶୀଘ୍ର ଫାଶୀଦଣ୍ଡ ଦେବାର ଆବଶ୍ୟକତା ରହିଛି । '

ହାଇଦ୍ରବାଦ ନିକଟସ୍ଥ ଜାତୀୟ ରାଜପଥ-୪୪ର ଚେତନାପାଲୀ ଓଭରବ୍ରିଜ ତଳେ ଏ ଘଟଣାରେ ପ୍ରାଣୀଧନ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ କରିବା ପରେ ପୋଡି ମାରି ଦେଇଥିଲେ । ପୋଲିସ ସେମାନଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରିବାକୁ ଯାଇଥିଲା । ହେଲେ ସେମାନେ ପୋଲିସ ହାତରୁ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ, ବାଧ୍ୟ ହୋଇ ପୋଲିସକୁ ଏନକାଉଣ୍ଟର କରିବାକୁ ପଡିଥିଲା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.