ଜୟପୁର: ଦେଶରୁ କୋରୋନା ମହାମାରୀ ନ ଯାଉଣୁ ଏବେ ଚାଷୀଙ୍କ ମୁଣ୍ତବ୍ୟଥାର କାରଣ ସାଜିଛି ପଙ୍ଗପାଳ । ନିମିଷକ ମଧ୍ୟରେ ଚାଷୀଙ୍କ ଫସଲ ନଷ୍ଟ କରୁଛି ଏହି ପଙ୍ଗପାଳ । ଯାହା ଦେଶର ବିଭିନ୍ନ ରାଜ୍ୟର ଆତଙ୍କ ଖେଳାଇଛି । ରାଜସ୍ଥାନର ବରମେର ଜିଲ୍ଲାର ଅନେକ ଗାଁକୁ ପଙ୍ଗାପାଳ ଦଳ ମାଡି ଆସିଛନ୍ତି । ସେମାନଙ୍କୁ ଘଉଡେଇବା ପାଇଁ ସ୍ଥାନୀୟ ଲୋକେ ବାସନକୁସନ ପିଟିଥିଲେ ।
ତେବେ ରାଜସ୍ଥାନକୁ ପଙ୍ଗପାଳ ଆସି ଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ବର୍ଷା ଆରମ୍ଭ ହୋଇଯାଇ ଥିବାରୁ କ୍ଷତରେ ମଞ୍ଜି ବୁଣିବା ଆରମ୍ଭ କରିଦେଇଥିଲେ । ହେଲେ ପଙ୍ଗପାଳ ଆସିଥିବାରୁ ଫସଲ ନଷ୍ଟ ହେବାର ଭୟ ରହିଛି । ଏଥିପାଇଁ ସରକାର ସାହାଯ୍ୟ କରିବା ଉଚିତ ବୋଲି ଜଣେ କୃଷକ କହିଛନ୍ତି । ଗତ କିଛି ଦିନ ହେବେ ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ ଏହି ପଙ୍ଗପାଳ ଫସଲ ନଷ୍ଟ କରିବାରେ ଲାଗିଛନ୍ତି।
ସୌଜନ୍ୟ @ANI