ETV Bharat / bharat

କୁପୱାଡାରେ ଆତଙ୍କୀ ଅନୁପ୍ରବେଶ: 3 ଆତଙ୍କୀ ନିପାତ, 4 ଯବାନ ଶହୀଦ

author img

By

Published : Nov 8, 2020, 12:17 PM IST

Updated : Nov 8, 2020, 4:44 PM IST

ଆତଙ୍କୀଙ୍କ ସୀମା ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଯବାନଙ୍କ ଗୁଳିରେ 3 ଜଣ ଆତଙ୍କୀ ନିପାତ ହୋଇଛନ୍ତି । ଅଧିକ ପଢନ୍ତୁ...

କୁପୱାରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କୀ ନିପାତ

ଶ୍ରୀନଗର: ଆତଙ୍କୀଙ୍କ ସୀମା ଅନୁପ୍ରବେଶ ଉଦ୍ୟମ ପଣ୍ଡ । ଯବାନଙ୍କ ଗୁଳିରେ 3 ଜଣ ଆତଙ୍କୀ ନିପାତ । ଜମ୍ମୁ କାଶ୍ମୀର ମଚିଲ ସେକ୍ଟର କୁପୱାଡାରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏହି ଗୁଳିବିନିମୟ ଆରମ୍ଭ ହୋଇଥିଲା । ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀଙ୍କ ଏହି ମିଳିତ ଅପରେସନ ବେଳେ ଜଣେ କନଷ୍ଟେବଳ ସୁଦୀପ ସରକାରଙ୍କ ସମେତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ, 4 ଜଣ ଯବାନ ଶହୀଦ ହୋଇଛନ୍ତି । ଏନେଇ ସୀମା ସୁରକ୍ଷା ବଳ (ବିଏସଏଫ) ସୂଚନା ଦେଇଛି। ତେବେ ଭାରତୀୟ ସେନା ପକ୍ଷରୁ ମିଳିତ ଅପରେସନ ଜାରି ରହିଛି ।

କୁପୱାଡାରେ ଆତଙ୍କୀ ଅନୁପ୍ରବେଶ
କୁପୱାଡାରେ ଆତଙ୍କୀ ଅନୁପ୍ରବେଶ

ଶ୍ରୀନଗରର ସେନା ମୁଖପାତ୍ର କୋଲ ରାଜେଶ କାଲିଆ କହିଛନ୍ତି ଯେ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀ 6 ଜଣ ଆହତ ହୋଇଛନ୍ତି। ପ୍ରାରମ୍ଭିକ ଗୁଳି ବିନିମୟରେ ଜଣେ ବିଏସଏଫ ଯବାନ ଏବଂ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଆଜି ସକାଳେ ଗୁଳି ବିନିମୟ ଆରମ୍ଭ ହେବାପରେ ତିନିଜଣ ସେନା ଯବାନ ଶହୀଦ ହୋଇଥିଲେ । ଏହାସହ ଆଉ ଦୁଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।

ଅନ୍ୟପକ୍ଷେ ଘଟଣାସ୍ଥଳରୁ ଏକେ 47 ଓ ଦୁଇଟି ବ୍ୟାଗ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସମୟରେ ଭାରତୀୟ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ଶ୍ରୀନଗର-ମୁଖ୍ୟାଳୟ 15 କର୍ପସ ଏହାର ଟ୍ବିଟର ହ୍ୟାଣ୍ଡେଲରେ କହିଛି ଯେ, ନଭେମ୍ବର 7 ଏବଂ 8 ର ମଧ୍ୟବର୍ତ୍ତୀ ରାତିରେ ମଛଲି ସେକ୍ଟରର ଏଲଓସି ନିକଟରେ ସନ୍ଦେହଜନକ ଗତିବିଧି ଦେଖିବାକୁ ମିଳିଥିଲା ।

ବିଶ୍ବସ୍ତ ସୂତ୍ର ଏବଂ ସୁରକ୍ଷା ବଳର ଅଧିକାରୀମାନେ କହିଛନ୍ତି ଯେ, ପ୍ରବଳ ଶୀତ ତୁଷାରପାତ ଦ୍ବାରା ଜାମ୍ମୁ ଓ କାଶ୍ମୀରରେ ପାର୍ବତ୍ୟ ପାସ୍ ବନ୍ଦ ହେବା ପୂର୍ବରୁ ଅନୁପ୍ରବେଶ ଉଦ୍ୟମ ବୃଦ୍ଧି ହେବାର ସମ୍ଭାବନା ରହିଛି । ଯାହା ପରେ ଉପତ୍ୟକାକୁ ଯିବାର ସମ୍ଭାବନା ସର୍ବନିମ୍ନ ହୋଇପାରେ |

Last Updated : Nov 8, 2020, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.