ETV Bharat / bharat

ମୋଦିଙ୍କ ହେଲିକପ୍ଟର ଯାଞ୍ଚ ପ୍ରସଙ୍ଗ: ଆଇଏଏସ୍‌ଙ୍କ ନିଲମ୍ବନ ଉପରେ ରୋକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରିଥିବା ବରିଷ୍ଠ ଆଇଏଏସ୍‌ ଅଫିସର ମହମ୍ମଦ ମହସିନ୍‌ଙ୍କ ନିଲମ୍ବନ ଉପରେ ରୋକ ଲାଗିଛି। କେନ୍ଦ୍ର ପ୍ରଶାସନିକ ନ୍ୟାୟାଧିକରଣ ରୋକ ଲଗାଇଥିବା ଜଣାପଡ଼ିଛି ।

ଫାଇଲ ଫଟୋ
author img

By

Published : Apr 26, 2019, 12:01 AM IST

ନୂଆଦିଲ୍ଲୀ: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରିଥିବା ବରିଷ୍ଠ ଆଇଏଏସ୍‌ ଅଫିସର ମହମ୍ମଦ ମହସିନ୍‌ଙ୍କ ନିଲମ୍ବନ ଉପରେ ରୋକ ଲାଗିଛି । କେନ୍ଦ୍ର ପ୍ରଶାସନିକ ନ୍ୟାୟାଧିକରଣ ରୋକ ଲଗାଇଥିବା ଜଣାପଡ଼ିଛି । ଏହାସହ ଆସନ୍ତା ତିନି ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଉଭୟ ପକ୍ଷକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଉଦ୍ୟମ କରି ଆଇଏଏସ ଅଧିକାରୀ ମହମ୍ମଦ ମହସିନଙ୍କୁ ନିଲମ୍ବନ କରାଯାଇଥିଲା । ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ଏସପିଜି ସୁରକ୍ଷା ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କ ପାଇଁ ରହିଥିବା ନିର୍ଦ୍ଦେଶ ଉଲଂଘନ କରାଯାଇଥିବା ଅଭିଯୋଗରେ ମହମ୍ମଦ ମହସିନଙ୍କୁ ନିଲମ୍ବନ କରାଯାଇଥିଲା ।

ଏହି ଘଟଣା ପରେ ବିରୋଧୀ ଏହି ମାମଲାରେ ପ୍ରଶ୍ନ ଉଠାଇଥିଲେ । ପରେ ଏହି ଘଟଣାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ଯାଞ୍ଚ ପାଇଁ ନିର୍ବାଚନ କମିଶନଙ୍କ ସ୍ବତନ୍ତ୍ର ଅଧିକାରୀ ସମ୍ବଲପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ମହମ୍ମଦ ମହସିନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । 1996 ବ୍ୟାଚର ଆଇଏଏସ୍‌ କ୍ୟାଡର ମହମ୍ମଦ ମୋହସିନଙ୍କ ଉପରେ ନିୟମ ଉଲଙ୍ଘନ ଓ ଡ୍ୟୁଟି ସମୟରେ ନିର୍ଦ୍ଦେଶ ଅବମାନନା କରିଥିବା ଅଭିଯୋଗ ଲଗାଯାଇଥିଲା ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.