ETV Bharat / bharat

ଲିବିୟା ପରିସ୍ଥିତି ଅସମ୍ଭାଳ: ଫସି ରହିଥିବା ୫୦୦ ଭାରତୀୟଙ୍କୁ ସ୍ଥାନ ଛାଡିବା ପାଇଁ ସୁଷମାଙ୍କ ଟ୍ବିଟ୍‌

ଲିବିୟାର ରାଜଧାନୀ ତ୍ରିପୋଲିରେ ହିଂସାକାଣ୍ଡ ଜାରି ରହିଛି । ଏହି ଭଳି ବିପଦପୂର୍ଣ୍ଣ ସ୍ଥାନରେ 500ରୁ ଉର୍ଦ୍ଧ୍ବ ଭାରତୀୟ ଫସି ରହିଥିବା ସୂଚନା ରହିଛି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଟ୍ଵିଟ୍ କରି ତ୍ରିପୋଲିରେ ଫସିଥିବା ଭାରତୀୟଙ୍କୁ ତୁରନ୍ତ ସେଠାରୁ ଚାଲି ଆସିବାକୁ ପରାମର୍ଶ ଦେଇଛନ୍ତି ।

author img

By

Published : Apr 20, 2019, 9:55 AM IST

ଫଟୋ ସୌଜନ୍ୟ: ଏନଏଆଇ

ନୂଆଦିଲ୍ଲୀ: ଲିବିଆରେ ଗୃହ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି । କ୍ଷମତାକୁ ନେଇ ଜାରି ରହିଥିବା ସଂଘର୍ଷ କ୍ରମଶଃ ବିପଦ ଆଡକୁ ଗତି କରୁଛି । ଲିବିୟାର ରାଜଧାନୀ ତ୍ରିପୋଲିରେ ହିଂସାକାଣ୍ଡ ଜାରି ରହିଛି । ଏହି ଭଳି ବିପଦପୂର୍ଣ୍ଣ ସ୍ଥାନରେ 500ରୁ ଉର୍ଦ୍ଧ୍ବ ଭାରତୀୟ ଫସି ରହିଥିବା ସୂଚନା ରହିଛି । ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ ଟ୍ଵିଟ୍ କରି ତ୍ରିପୋଲିରେ ଫସିଥିବା ଭାରତୀୟଙ୍କୁ ତୁରନ୍ତ ସେଠାରୁ ଚାଲି ଆସିବାକୁ ପରାମର୍ଶ ଦେଇଛନ୍ତି ।

ସୁଷମା ଆହୁରି କହିଛନ୍ତି ଯେ ତ୍ରିପୋଲିର ଅବସ୍ଥା ସାଙ୍ଘାତିକ ହେବାରେ ଲାଗିଛି । ବର୍ତ୍ତମାନ ତ୍ରିପୋଲିରୁ ଅନ୍ୟଦେଶ ମାନଙ୍କୁ ବିମାନ ଚଳାଚଳ ସେବା ଜାରି ରହିଛି। ତେଣୁ ଯଥା ଶ୍ରୀଘ୍ର ସମସ୍ତ ଲୋକ ନିଜ ନିଜର ବନ୍ଧୁବାନ୍ଧବ ଓ ସାଙ୍ଗ ସାଥୀଙ୍କୁ ସେଠାରୁ ତୁରନ୍ତ ଫେରି ଆସିବାକୁ କୁହନ୍ତୁ ବୋଲି ସୁଷମା ଟ୍ବିଟ କରିଛନ୍ତି । ଏବେ ସମୟ ଅଛି, ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲେ ସେଠାରୁ ଆମେ ବାହାର କରି ପାରିବୁ ନାହିଁ ବୋଲି କହିଛନ୍ତି ସୁଷମା । ସୂଚନା ଓ ସହଯୋଗ ପାଇଁ ଭାରତୀୟ ଦୂତାବାସ ହେଲ୍ପଲାଇନ ନମ୍ବର ୦୦୨୧୮୯୨୪୨୦୧୭୭୧ ଜାରି କରିଛି ।

ଲିବିୟାରେ ଶାସନ କରୁଥିବା ଜାତିସଂଘ ସମର୍ଥିତ ପ୍ରଧାନମନ୍ତ୍ରୀ ଫାୟେଜ-ସରାଜ ଓ ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଭୟଙ୍କର ଲଢେଇ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଲଢେଇରେ ପ୍ରାୟ 200ରୁ ଅଧିକ ଲୋକ ନିହତ ଓ 913ରୁ ଉର୍ଦ୍ଧ୍ବ ଲୋକ ଗମ୍ଭୀର ଭାବରେ ଆହତ ହୋଇଥିବା ସୂଚନା ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ମଙ୍ଗଳବାର ବିଳମ୍ବିତ ରାତିରରୁ ଲିବିୟାର ରାଜଧାନୀ ତ୍ରିପୋଲିର ଜନବହୁଳ ଇଲାକାରେ ଗୁଳି ବର୍ଷଣ ହୋଇଥିଲା । ଏଥିରେ ତ୍ରିପୋଲିରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ତ୍ରିପୋଲିରେ ଏହି ସଂଘର୍ଷ ଏପ୍ରିଲ ୪ରୁ ଆରମ୍ଭ ହୋଇଛି । ତ୍ରିପୋଲିରେ ଏଭଳି ପରିସ୍ଥିତି 2011ରେ ଲିବିୟାରେ ଉପୁଜିଥିବା ଗୃହଯୁଦ୍ଧର ସମ୍ଭାବନା ସୃଷ୍ଟି କରିଛି

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.