ETV Bharat / bharat

ଅପରାଜୟ ସୁଷମା...ସୁବୁଠି ପ୍ରଥମ - ସବୁଠି ପ୍ରଥମ ସୁଷମା

ସବୁଠି ପ୍ରଥମ ସୁଷମା ସ୍ୱରାଜ । ଅଧ୍ୟୟନ ସମୟରୁ ରାଜନୀତିରେ ସଫଳତା ପାଇଛନ୍ତି ପୂର୍ବତନ ବୈଦେଶିକ ମନ୍ତ୍ରୀ । ଜାତିସଂଘର ପ୍ରବକ୍ତା ଠାରୁ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସେ ଥିଲେ ପ୍ରଥମ ମହିଳା।

ଫାଇଲ ଫଟୋ
author img

By

Published : Aug 7, 2019, 12:33 PM IST

ନୂଆଦିଲ୍ଲୀ: ଧାରା 370 ଓ 35(କ) ଉଚ୍ଛେଦ ଥିଲା ତାଙ୍କ ଜୀବନର ଅନ୍ତିମ ଲକ୍ଷ୍ୟ । ସେଥିପାଇଁ ତ, ଗଲା ବେଳକୁ କହିଗଲେ ଏହା ହିଁ ଥିଲା ତାଙ୍କର ସ୍ୱପ୍ନ । ଏହି ଦିନକୁ ଦେଖିବାକୁ ଯେମିତି ସେ, ଅପେକ୍ଷା କରିଥିଲେ ସାରା ଜୀବନ । ଏ ହେଉଛନ୍ତି ସେହି ମହିୟସୀ ମହିଳା ସୁଷମା ସ୍ୱରାଜ । ପୂର୍ବତନ ବୈଦେଶିକ ମନ୍ତ୍ରୀ । ସ୍ୱରାଜଙ୍କ ଜୀବନ କେବଳ ସଫଳ ତାହା ଯେ ସେ ପ୍ରମାଣିତ କରିଦେଇଛନ୍ତି ।

ଗୋଟିଏପଟେ ସାରା ଦେଶ କାଶ୍ମୀରକୁ ନେଇ ଖୁସି ମନାଉଥିବା ବେଳେ, ଅନ୍ୟପଟେ ଏହି ଦିନକୁ ପାଇ ଇହତ୍ୟାଗ କରିଛନ୍ତି ସୁଷମା ସ୍ୱରାଜ । ଆନନ୍ଦ ଓ ଅଶ୍ରୁର ଏ କି ମିଳନ ତାହା ବୁଝିବା ତ ଭାରି କଷ୍ଟ । କିନ୍ତୁ ଦେଶ ପାଇଁ ଅତୁଳୀୟ ବଳିଦାନ ତାଙ୍କ ଆଗରେ ମୁଣ୍ଡ ନୁଆଁଇଛି । ବିଫଳତା କଣ ବା ସେହି ଶବ୍ଦ ବୋଧେ କେବେ ଶୁଣିନଥିବେ ସୁଷମା । କାରଣ ତାଙ୍କର ଦୃଢ ମନୋବଳ ଓ ପ୍ରଚେଷ୍ଟା ତାଙ୍କୁ ଅପୂର୍ବ ସଫଳତା ଦେଇଯାଇଛି । 14 ଫେବୃଆରୀ 1953ରେ ହରିୟାଣାର ଆମ୍ବାଲରେ ସେ ଜନ୍ମ ଗ୍ରହଣ କରନ୍ତି । ଏହା ପରେ ଆରମ୍ଭ ହୁଏ ତାଙ୍କ ଜୀବନର ଯାତ୍ରା ।

ଅମ୍ବାଲାର ସନ୍ତାନ କଲେଜରେ ସଂସ୍କୃତ ଓ ରାଜନୀତି ବିଜ୍ଞାନରେ ସ୍ନାତକ ଶେଷ କରିବା ପରେ ପଞ୍ଜାବ ୟୁନିଭର୍ସିଟି, ଚଣ୍ଡୀଗଡ଼ରେ ଆଇନଜୀବୀ ଅଧ୍ୟୟନ କରିଥିଲେ । ଆଉ ଏଠାରୁ ହିଁ ତାଙ୍କର ସଫଳ ଅଭିଯାନ ଆରମ୍ଭ ହୋଇଥିଲା । ଲଗାତାର 3ବର୍ଷ ଧରି ସେ ହିନ୍ଦୀ ପ୍ରବକ୍ତାର ପୁରସ୍କୃତ ହୋଇଥିଲେ । 1973ରେ ସୁପ୍ରିମକୋର୍ଟରେ ଓକିଲ ଭାବେ ନିଜ କ୍ୟାରିୟର ଆରମ୍ଭ ହୋଇଥିଲା ।

ଏହା ପରେ ସେ ରାଜନୀତି ଦିଗକୁ ଢଳନ୍ତି । 1970ରେ ରାଜନୀତିରେ ପାଦ ଥାପନ୍ତି । ଗୋଟିଏ ପରେ ଗୋଟିଏ ପାହଚ ବଢିଚାଲିଥିଲେ । 1975ରେ ଲାଗୁ ହୋଇଥିବା ଜୁରୁରୀକାଳିନ ପରେ ସେ ବିଜେପି ଯୋଗ ଦାନ କରିଥିଲେ ।

ଏହା ପରେ ବିଜେପିର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାନ୍ତି ସୁଷମା । ମାତ୍ର 2 ମାସ ପାଇଁ 1998ରେ ଦିଲ୍ଲୀର 5ମ ମୁଖ୍ୟମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିଥିଲେ । ଏପରିକି ଏକ ଜାତୀୟ ଦଳର ପ୍ରଥମ ମହିଳା ପ୍ରବକ୍ତା ଭାବେ ସେ ଗଣାଯାଆନ୍ତି । ଖାଲି ସେତିକି ନୁହେଁ ଇନ୍ଦିରା ଗାନ୍ଧୀଙ୍କ ପରେ ପୂର୍ଣ୍ଣକାଳିନୀ ବୈଦଶିକ ମନ୍ତ୍ରୀ ହୋଇଥିଲେ ସ୍ୱରାଜ । ଲୋକସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତ୍ରୀ ସୁଷମା ସ୍ୱରାଜ ।

ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବାବେଳେ ରାତି 10ଟାରେ ତାଙ୍କର ଦେହାନ୍ତ ହୋଇଥିଲା । ପୁରା ଦେଶରେ ଶୋକରେ ଛାୟା ଖେଳିଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମସ୍ତ ବରିଷ୍ଠ ନେତା ନିଜର ଶୋକବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନ 3ଟା ରେ ତାଙ୍କର ଅନ୍ତିମ ସଂସ୍କାର ହେବାକୁ ଥିବାବେଳେ ଶେଷ ଦର୍ଶନ କରୁଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.