ETV Bharat / bharat

ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ ଖବରକୁ ଖଣ୍ଡନ କଲେ ସୁଷମା - appointed

ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଥିବା  ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ନିଜେ କହିଛନ୍ତି ।

ଫାଇଲ ଫଟୋ
author img

By

Published : Jun 10, 2019, 9:46 PM IST

Updated : Jun 10, 2019, 11:30 PM IST

ନୂଆଦିଲ୍ଲୀ: କିଛି କ୍ଷଣ ପାଇଁ ରାଜନୈତିକ ଗଳିରେ ହଇଚଇ ମଚାଇଦେଲା କେନ୍ଦ୍ରମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଟ୍ବିଟ । ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତି ମିଳିଥିବା ଟ୍ବିଟ କରିଥିଲେ ହର୍ଷ ବର୍ଦ୍ଧନ । ଯାହାକୁ ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ତେବେ ଏହି ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି ସୁଷମା । ଏହି ଖବରଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ଟ୍ବିଟ କରି ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ସମୟ ପୂର୍ବରୁ ହର୍ଷ ବର୍ଦ୍ଧନ ଟ୍ବିଟ କରି ସୁଷମାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଜେପିର ବରିଷ୍ଠ ନେତା ତଥା ମୋ ପ୍ରିୟର ଭଉଣି ସୁଷମାଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବାରୁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ସବୁ କ୍ଷେତ୍ରରେ ତାଙ୍କ ଦୀର୍ଘ ଦିନର ଅନୁଭବ ରହିଛି, ଯାହା ଦ୍ବାରା ଆନ୍ଧ୍ର ପ୍ରଦେଶ ଲୋକ ଲାଭଭାନ ହେବେ ବୋଲି ସେ ନିଜ ଟ୍ବିଟରେ କହିଥିଲେ ।

Intro:Body:

dfsf

Conclusion:
Last Updated : Jun 10, 2019, 11:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.