ETV Bharat / bharat

ଚିଦାମ୍ବରମଙ୍କ ପରେ ଶ୍ରମିକଙ୍କ ପାଇଁ ଟ୍ରେନ ଦାବି କଲେ ସୁଶୀଲ ମୋଦି

author img

By

Published : May 1, 2020, 12:26 AM IST

ବାହାର ରାଜ୍ୟରେ ଲକ୍ଷାଧିକ ଶ୍ରମିକ ଓ ଛାତ୍ର ଅଟକି ରହିଛନ୍ତି । କିଛି ଲୋକ ଏପରି ଦୂର ଜାଗାରେ ଅଛନ୍ତି ଯେ ସେଠାକୁ ଯାଇ ଆଣିବାରେ ଅନେକ ସମୟ ଲାଗିବ । ଅଧିକ ପଢନ୍ତୁ...

ଚିଦାମ୍ବରମଙ୍କ ପରେ ଶ୍ରମିକଙ୍କ ପାଇଁ ଟ୍ରେନ ଦାବି କଲେ ସୁଶୀଲ ମୋଦି
ଚିଦାମ୍ବରମଙ୍କ ପରେ ଶ୍ରମିକଙ୍କ ପାଇଁ ଟ୍ରେନ ଦାବି କଲେ ସୁଶୀଲ ମୋଦି

ପଟନା: ଲକଡାଉନ ଯୋଗୁଁ ସମସ୍ତ ରାଜ୍ୟରେ ଅନେକ ପ୍ରବାସୀ ଶ୍ରମିକ ଓ ଛାତ୍ର ଫସିରହିଛନ୍ତି । ଏନେଇ ବିଭିନ୍ନ ରାଜ୍ୟ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାର ଉଦ୍ୟମ କରାଯାଉଛି । ଏହି ପରିପ୍ରେକ୍ଷୀରେ ବସ ମାଧ୍ୟମରେ ସେମାନଙ୍କୁ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର ।

ତେବେ ଏମାନଙ୍କ ସଂଖ୍ୟା ଅଧିକ ଥିବାବେଳେ ସମସ୍ତଙ୍କୁ ଆଣିବା ସମ୍ଭବ ହେଉନାହିଁ । ବାହାର ରାଜ୍ୟରେ ଲକ୍ଷାଧିକ ଶ୍ରମିକ ଓ ଛାତ୍ର ଅଟକି ରହିଛନ୍ତି । କିଛି ଲୋକ ଏପରି ଦୂର ଜାଗାରେ ଅଛନ୍ତି ଯେ ସେଠାକୁ ଯାଇ ଆଣିବାରେ ଅନେକ ସମୟ ଲାଗିବ । ଏପରିକି ସେମାନଙ୍କୁ ଖୋଜିବା କାଠିକାର ପାଠ ପାଲଟିଛି ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି ।

ଏହି ଅବସରରେ ସେ ସମସ୍ତଙ୍କୁ ବସରେ ଆଣିବା ଅସମ୍ଭବ ବୋଲି କହିଛନ୍ତି । ଏଥିପାଇଁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ସେ ଅନୁରୋଧ କରିଛନ୍ତି । ଟ୍ରେନରେ ଅନେକ ଲୋକଙ୍କୁ ଏକାସହ ଆଣିବାରେ କୌଣସି ସମସ୍ୟା ନାହିଁ ବୋଲି ସୁଶୀଲ ମୋଦି ମତ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଚିଦାମ୍ବରମ, ଟିଆରଏସ ଓ ସିପିଆଇ ନେତା ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.