ETV Bharat / bharat

ଅଲମ୍ପିକ ବିଜେତା ସୁଶୀଲ କୁମାରଙ୍କୁ ଟିକେଟ ଦେବ କଂଗ୍ରେସ !

କଂଗ୍ରେସ ଅଲମ୍ପିକ ପଦକ କୁସ୍ତିଯୋଦ୍ଧା ବିଜେତା ସୁଶୀଲ କୁମାରଙ୍କୁ ଲୋକସଭା ପାଇଁ ଟିକେଟ ଦେଇ ପାରେ । ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ତାଙ୍କୁ ଦିଲ୍ଲୀର ୱେଷ୍ଟ ଓ ସାଉଥ ଲୋକସଭା ଆସନରୁ ନିଜ ପ୍ରାର୍ଥୀ ଘୋଷଣା କରିବ ।

author img

By

Published : Apr 13, 2019, 10:50 PM IST

ଫଟୋ ସୌଜନ୍ୟ: @Sushilkumar

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ ଚାଲୁଛି । ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବା ପରେ ଆଗାମୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଛନ୍ତି ସମସ୍ତ ରାଜନୈତିକ ଦଳ । ବିଗତରେ ଦିନରେ ଖବର ଆସିଥିଲା ଆମ ଆଦମୀ ପାର୍ଟି(ଆପ) ଓ କଂଗ୍ରେସ ମଧ୍ୟରେ ଦିଲ୍ଲୀରେ ମେଣ୍ଟ ହେବ । କିନ୍ତୁ ଶେଷରେ ଏହା ସମ୍ଭବ ହୋଇ ନଥିଲା । କଂଗ୍ରେସ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି । ତେଣୁ ଦଳ ଏଥିପାଇଁ ହେଉଛି ପ୍ରସ୍ତୁତ ।

କଂଗ୍ରେସ ଅଲମ୍ପିକ ପଦକ କୁସ୍ତିଯୋଦ୍ଧା ବିଜେତା ସୁଶୀଲ କୁମାରଙ୍କୁ ଲୋକସଭା ପାଇଁ ଟିକେଟ ଦେଇପାରେ । ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ତାଙ୍କୁ ଦିଲ୍ଲୀର ୱେଷ୍ଟ ଓ ସାଉଥ ଲୋକସଭା ଆସନରୁ ନିଜ ପ୍ରାର୍ଥୀ ଘୋଷଣା କରିବ । କଂଗ୍ରେସର ଏକ ବରିଷ୍ଠ ନେତା କହିଛନ୍ତି ଯେ ଦଳ ଆଗାମୀ ୨-୩ ଦିନ ମଧ୍ୟରେ ସୁଶୀଲଙ୍କ ଉପରେ ନିଷ୍ପତ୍ତି ନେବ ।

ସୁଶୀଲ କୁମାର ଜାଠ ସମୁଦାୟରୁ ଆସନ୍ତି । ଏପରି ଆପ ମଧ୍ୟ ୱେଷ୍ଟ ଦିଲ୍ଲୀ ଲୋକସଭା ଆସନରୁ ଜଣେ ଜାଠ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ବିଜେପି ମଧ୍ୟ କୌଣସି ଜାଠ ପ୍ରାର୍ଥୀଙ୍କୁ ଟିକେଟ ଦେବ । ତେଣୁ ଏହି ପରିସ୍ଥିତିରେ କଂଗ୍ରେସ ସୁଶୀଲ କୁମାରଙ୍କୁ ଟିକେଟ ଦେବାକୁ ବିଚାର କରୁଛି ।

ଶୁକ୍ରବାର କଂଗ୍ରେସ ଦିଲ୍ଲୀର ସାତଟି ଲୋକସଭା ଆସନରୁ ୪ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଛି । ଅଜୟ ମାକନଙ୍କୁ ନୂଆ ଦିଲ୍ଲୀ, କପିଲ ସିବଲଙ୍କୁ ଚାନ୍ଦିନୀଚୌକ, ଜେପି ଅଗ୍ରୱାଲଙ୍କୁ ନର୍ଥ ଇଷ୍ଟ ଓ ରାଜ କୁମାର ଚୌହାନଙ୍କୁ ନର୍ଥ ଦିଲ୍ଲୀରୁ ଟିକେଟ ମିଳିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.