ETV Bharat / bharat

ସୁଶାନ୍ତଙ୍କ ଦେହାନ୍ତ: ହତ୍ୟା ଅଭିଯୋଗ ସହ ସିବିଆଇ ତଦନ୍ତ ଦାବି କଲା ପରିବାର - ସୁଶାନ୍ତଙ୍କୁ ହତ୍ୟା ଅଭିଯୋଗ

ଆତ୍ମହତ୍ୟା ଘଟଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁଶାନ୍ତଙ୍କ ମାମୁଁ । ଏହା ଆତ୍ମହତ୍ୟା ନୂହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ମାମୁଁ ।

sushant-singh-rajputs-demise-family-alleges-murder-demands-cbi-probe
ସୁଶାନ୍ତଙ୍କ ଦେହାନ୍ତ: ହତ୍ୟା ଅଭିଯୋଗ ସହ ସିବିଆଇ ତଦନ୍ତ ଦାବି କଲା ପରିବାର
author img

By

Published : Jun 14, 2020, 8:31 PM IST

ପାଟନା: ବଲିଉଡକୁ ଲାଗିଛି ଆଉ ଏକ ଝଟକା । ଆର ପାରିରେ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍‌ । 34 ବର୍ଷ ବୟସରେ ସୁଶାନ୍ତଙ୍କ ଦେହାନ୍ତ ଘଟିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ମାତ୍ର ଆତ୍ମହତ୍ୟା ଘଟଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁଶାନ୍ତଙ୍କ ସମ୍ପର୍କୀୟ ମାମୁଁ । ଏହା ଆତ୍ମହତ୍ୟା ନୂହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ ମାମୁଁ ।

ସୁଶାନ୍ତଙ୍କ ଦେହାନ୍ତ: ହତ୍ୟା ଅଭିଯୋଗ ସହ ସିବିଆଇ ତଦନ୍ତ ଦାବି କଲା ପରିବାର

ସେ କହିଛନ୍ତି, "ଏହା ଏକ ହତ୍ୟାକାଣ୍ଡ । ବିହାର ପ୍ରତି ଯୁବକ ଏବଂ ରାଜପୁତ ମହାସଭା ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛି । ଏହି ହତ୍ୟା ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଆମେ ଦାବି କରୁଛୁ। "

sushant-singh-rajputs-demise-family-alleges-murder-demands-cbi-probe
ସୁଶାନ୍ତଙ୍କ ଦେହାନ୍ତ: ହତ୍ୟା ଅଭିଯୋଗ ସହ ସିବିଆଇ ତଦନ୍ତ ଦାବି କଲା ପରିବାର

କିଛି ଦିନ ପୂର୍ବେ ସୁଶାନ୍ତଙ୍କ ମ୍ୟାନେଜର 28 ବର୍ଷିୟା ଦିଶା ସାଲିଆନ ମଧ୍ୟ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣାରେ ମୁହଁ ଖୋଲି ସୁଶାନ୍ତଙ୍କ ସମ୍ପର୍କୀୟ ମାମୁଁ କହିଛନ୍ତି ଯେ, ତାଙ୍କ ମ୍ୟାନେଜର କିଛି ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ ଏବଂ ସେ ପୋଲିସ, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଚାପରେ ରହି ଆସୁଥିଲେ ।’’

ସେହିପରି କିଛି ଦିନ ତଳେ ତାଙ୍କ ଦାଦାଙ୍କ ସହ କଥା ହୋଇଥିବା ବାର୍ତ୍ତାଳପକୁ ମନେପକାଇ ସେ କହିଛନ୍ତି, ସୁଶାନ୍ତ କହୁଥିଲେ ମୁଁ ସବୁବେଳେ ସଫଳତାର ଶୀର୍ଷରେ ପହଁଚିବାକୁ ଚାହେଁ । ସେଥିପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡୁଛି ବେଳେବେଳେ 18 ଘଣ୍ଟା ପର୍ଯ୍ୟନ୍ତ ମେହେନତ ମଧ୍ୟ କରୁଛି ବୋଲି କହୁଥିଲେ । ଥରେ ସେ ମାଧୁରୀ ଦୀକ୍ଷିତଙ୍କ ସହ ଏକ ନୃତ୍ୟ କାର୍ଯ୍ୟକ୍ରମର ଅଂଶ ଗ୍ରହଣ କରିଥିଲା ଏବଂ ଯେ ତାଙ୍କ ପିଠିରେ ଆଘାତ ଲାଗିଥିଲେ ମଧ୍ୟ ସେ ଥକି ନଥିଲା ବୋଲି ମୋତେ କହିଥିଲେ ।’’

ପ୍ରକାଶଥାଉ କି, ରବିବାର ସକାଳେ ମୁମ୍ବାଇ ସ୍ଥିତ ତାଙ୍କ ବାନ୍ଦ୍ରା ନିବାସରେ 34 ବର୍ଷୀୟ ବଲିଉଡ ତଥା ଟିଭି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ବାନ୍ଦ୍ରା ପୋଲିସର ପ୍ରାଥମିକ ତଦନ୍ତ ଆଧାରରେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ରିପୋର୍ଟ ପଞ୍ଜିକୃତ ହୋଇଛି । ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ମିଳି ନ ଥିବା ପୋଲିସ କହିଛି । ତେବେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.