ନୂଆଦିଲ୍ଲୀ: ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଫନି’ ପାଇଁ ବାତିଲ ହୋଇଥିବା ବିମାନ ଓ ଯାତ୍ରୀମାନଙ୍କ ସୁବିଧାକୁ ଗୁରୁତ୍ବ ଦେବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆବଶ୍ୟକ ସମୟରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତରେ ସାନି ନିର୍ଦ୍ଦେଶନାମା ଜାରି କରାଯିବା ସହ ଯାତ୍ରୀମାନଙ୍କ ସୁରକ୍ଷା ଓ ଅସୁବିଧାକୁ ଦୃଷ୍ଟି ଦେବାକୁ ସେ କହିଛନ୍ତି ।