ହାଇଦ୍ରାବାଦ: ଭାଷାକୁ ନେଇ ଗୋଟିଏ ପକ୍ଷେ ଦେଶରେ ଯେତେବେଳେ ବିବାଦର ସ୍ଥିତି ରହିଛି, ଏହି ସମୟରେ ବିଦେଶରୁ ଆସିଛି ଏକ ଆଶ୍ଚର୍ଯ୍ୟ ଜନକ ଖବର । ଭାରତର ରାଷ୍ଟ୍ରଭାଷା ହିନ୍ଦୀରେ ଜଣେ ବିଦେଶୀ ନେତା ନିଜ ଟ୍ବିଟର ଆକାଉଣ୍ଟ ଖୋଲିଥିବା ଦେଖିବାକୁ ମିଳିଛି । ଆଉ ଏହି ନେତା ପୁଣି କେଉଁ ସାଧାରଣ ଦେଶର ନୁହେଁ ବରଂ ମୁସଲମାନ ବହୁଳ ରାଷ୍ଟ୍ର ଇରାନର ବୋଲି ଜଣାପଡିଛି ।
ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲାହ ସୟଦଦ ଅଲ୍ଲୀ ଖାମନେଇ ହିନ୍ଦୀ ଭାଷାରେ ନିଜର ଟ୍ବିଟର ଆକାଉଣ୍ଟ ଖୋଲିଛନ୍ତି । ଏହି ଆକାଉଣ୍ଟର ନାଁ ହିନ୍ଦୀରେ ରହିଥିବା ବେଳେ ଏଥିରେ କେବଳ ହିନ୍ଦୀରେ ହିଁ ଟ୍ବିଟ କରାଯାଉଛି ।
ଖାମନେଇ ହିନ୍ଦୀ ଭାଷା ସହିତ ଅନ୍ୟ ଭାଷାରେ ମଧ୍ୟ ଟ୍ବିଟର ଆକାଉଣ୍ଟ ଖୋଲିଛନ୍ତି । ଏଥିରେ ଆରବୀ, ଉର୍ଦ୍ଦୁ, ଫ୍ରେଞ୍ଚ, ସ୍ପେନିସ, ଋଷି ଓ ଇଂରାଜୀ ଭାଷା ସାମିଲ ରହିଛି ।