ETV Bharat / bharat

ମାଲ୍ୟାଙ୍କ ସମ୍ପତ୍ତି ଜବତ ଯାଚିକା ଉପରେ ଆଜି ଶୁଣାଣି

ସୁପ୍ରିମକୋର୍ଟରେ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଯାଚିକା ଉପରେ ଆଜି ହେବ ଶୁଣାଣି । ବ୍ୟକ୍ତିଗତ ଏବଂ ପାରିବାରିକ ସମ୍ପତ୍ତିକୁ ଜବତ ନକରିବା ଏବଂ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ ଏକ ଯାଚିକା ଦାଏର କରିଥିଲେ ।

ଫାଇଲ ଫଟୋ
author img

By

Published : Aug 2, 2019, 1:30 PM IST

ନୂଆଦିଲ୍ଲୀ: ଆଜି ହେବ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଯାଚିକାର ଶୁଣାଣି । ବ୍ୟକ୍ତିଗତ ଏବଂ ପାରିବାରିକ ସମ୍ପତ୍ତିକୁ ଜବତ ନକରିବା ଏବଂ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ ଯାଚିକା ଦାଏର କରିଥିଲେ। ଗତ ଶୁଣାଣିରେ ମାଲ୍ୟାଙ୍କ ଓକିଲ କୋର୍ଟଙ୍କୁ ତାରିଖ ଘୁଞ୍ଚାଇବାକୁ ଅନୁରୋଧ କରିଥିଲେ । ଏହାର ଶୁଣାଣି ଆଜି(ଶୁକ୍ରବାର) ହେବ ।

ସୂଚନାଯୋଗ୍ୟ, ମାଲ୍ୟାଙ୍କ ସମ୍ପତ୍ତି ଜବତ ନେଇ ଦୀର୍ଘ ସମୟ ଧରି କୋର୍ଟରେ ଶୁଣାଣି ହୋଇଆସୁଛି । ଯାହା ଉପରେ ରୋକ୍ ଲଗାଇବାକୁ ମାଲ୍ୟା ବାରମ୍ବାର ଅପିଲ୍‌ ମଧ୍ୟ କରୁଛନ୍ତି । ତେବେ ଏହା ପୂର୍ବରୁ ମାଲ୍ୟା ବମ୍ବେ ହାଇକୋର୍ଟରେ ଏନେଇ ଏକ ଯାଚିକା ଦାଏର କରିଥିଲେ । କିନ୍ତୁ ତାଙ୍କର ଏହି ଯାଚିକାକୁ ଖାରଜ କରି ଦେଇଥିଲେ ବମ୍ବେ ହାଇକୋର୍ଟ ।

ଚଳିତ ବର୍ଷ ଜାନୁଆରୀ ମାସରେ ପିଏମଏଲଏ(ପ୍ରୋଭିସନ ଅଫ୍ ମନି ଲଣ୍ଡରିଂ ଆକ୍ଟ) କୋର୍ଟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଥିଲେ । କୋର୍ଟଙ୍କ ଏହି ଘୋଷଣାକୁ ଅସାମ୍ବିଧାନିକ କହି ଏହାକୁ ହଟାଇବାକୁ କହିଥିଲେ ମାଲ୍ୟା । ଭାରତୀୟ ବ୍ୟାଙ୍କରୁ ପ୍ରାୟ 9 ହଜାର କୋଟି ଟଙ୍କା ଠକିଥିବା ମାମାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶ ବିଦେଶରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି । ତେବେ ଏହା ଉପରେ ରୋକ ଲଗାଇବାକୁ ମାଲ୍ୟା ଏକ ଯାଚିକା ଦାଏର କରିଛନ୍ତି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.