ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ବିନୟ ଶର୍ମାର ଯାଚିକା ଉପରେ ଗୁରୁବାର ଶୁଣାଣି କରିବେ ସୁପ୍ରିମକୋର୍ଟ । ରାଷ୍ଟ୍ରପତିଙ୍କ ଦ୍ବାରା ଦୟା ଯାଚିକା ଖାରଜ ହେବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲା ବିନୟ । ଜଷ୍ଟିସ ଭାନୁମତିଙ୍କ ଖଣ୍ଡପୀଠ ଗୁରୁବାର ସକାଳ ସାଢେ 10ଟାରେ ଏହି ମାମଲାର ଶୁଣାଣି କରିବେ ।
ଅନ୍ୟପକ୍ଷେ ନିର୍ଭୟା ଦୋଷୀଙ୍କ ବିରୁଦ୍ଧରେ ନୂଆ ଡେଥ୍ ଓ୍ବାରେଣ୍ଟ ଜାରିହେବାର ଯାଚିକା ଉପରେ ପଟିଆଲା ହାଉସକୋର୍ଟରେ ପୁଣି ଶୁଣାଣି ଘୁଞ୍ଚିଯାଇଛି । ଏହି ମାମଲାରେ ଆଗାମୀ ଶୁଣାଣି ଗୁରୁବାର ସଂଧ୍ୟା 3ଟାରେ ହେବ । ସେପଟେ ନିଜ ଝିଅର ନ୍ୟାୟ ପାଇଁ ଲଢେଇ ଲଢୁଥିବା ନିର୍ଭୟାଙ୍କ ମା’ଙ୍କୁ ପୁଣି ଥରେ ନିରାଶର ସାମ୍ନା କରିବାକୁ ପଡିଛି ।