ETV Bharat / bharat

ନିର୍ଭୟା ମାମଲା: ମୁକେଶର ଆବେଦନରେ ମଙ୍ଗଳବାର ଶୁଣାଣି

ନିର୍ଭୟା ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ ଉପରେ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

nirvaya-convict-mukesh
ନିର୍ଭୟା ଦୋଷୀ ମୁକେଶ ସିଂହ
author img

By

Published : Jan 27, 2020, 9:41 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ ହେବାପରେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ସେ। ଯାହାର ଶୁଣାଣି ମଙ୍ଗଳବାର ମଧ୍ୟାହ୍ନ 12.30 ସମୟରେ ହେବ । ସୁପ୍ରିମକୋର୍ଟର 3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଏହା ପୂର୍ବରୁ ଫାଶୀ ଦଣ୍ଡାଦେଶ ପାଖେଇ ଆସୁଥିବାବେଳେ ଏହି ମାମଲାର ତୁରନ୍ତ ଶୁଣାଣି ଜରୁରୀ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ କହିଥିଲେ । ସୋମବାର ଏହି ମାମଲାର ତୁରନ୍ତ ଶୁଣାଣି କରିବା ସହ ରେଜିଷ୍ଟ୍ରି କରିବାକୁ ସେ କୋର୍ଟକୁ ପରାମର୍ଶ ଦେଇଥିଲେ ।

ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଯିବ। କିନ୍ତୁ ସେମାନଙ୍କ ବିରୋଧରେ ‘ଡେଥ ୱାରେଣ୍ଟ’ ଜାରି ହେବା ପରଠାରୁ ବିଭିନ୍ନ ଆଳ ଦେଖାଇ ଗୋଟିଏ ପରେ ଗୋଟିଏ ଆବେଦନ କରିଚାଲିଛନ୍ତି ଦୋଷୀ । ଏହି କ୍ରମରେ ଦୋଷୀ ମୁକେଶ ଏଥିରୁ ବର୍ତ୍ତିବା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଖାରଜ କରିଦେଇଥିଲେ ରାଷ୍ଟ୍ରପତି । କିନ୍ତୁ ଏହାକୁ ଚ୍ୟାଲେଞ୍ଜ କରି ମୁକେଶର ଓକିଲ ସୁପ୍ରିକୋର୍ଟରେ ଯାଚିକା ଦାଖଲ କରି ଏହାର ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ।

Intro:Body:

LIVE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.