ETV Bharat / bharat

ମୋଦି-ଶାହାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ମାମଲା: ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲା କଂଗ୍ରେସ । ବର୍ତ୍ତମାନ ସର୍ବୋଚ୍ଚ କୋର୍ଟ କଂଗ୍ରେସ ସାଂସଦ ସୁସ୍ମିତା ଦେବଙ୍କୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିର ରେକର୍ଡିଂ ଦାଖଲ କରିବାକୁ ଅନୁମତି ଦେଇଛନ୍ତି ।

author img

By

Published : May 6, 2019, 11:12 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲେ କଂଗ୍ରେସ ସାଂସଦ ସୁସ୍ମିତା ଦେବ । ଏ ନେଇ ସେ ସୁପ୍ରିମକୋର୍ଟରେ ଦାଏର କରିଥିଲେ ଯାଚିକା । ଯାହା ଉପରେ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି । ବିଗତ ଦିନରେ ନିର୍ବାଚନ ଆୟୋଗଙ୍କ ପଦକ୍ଷେପ ପରେ କୋର୍ଟ ବିଚାର କରିବା କଥା କହିଥିଲେ ।

ବର୍ତ୍ତମାନ ସର୍ବୋଚ୍ଚ କୋର୍ଟ ସୁସ୍ମିତା ଦେବଙ୍କୁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିର ରେକର୍ଡିଂ ଦାଖଲ କରିବାକୁ ଅନୁମତି ଦେଇଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ବୁଧବାର ହେବ । କଂଗ୍ରେସ ସାଂସଦଙ୍କ ତରଫରୁ ଉପସ୍ଥିତ ଓକିଲ ଅଭିଷେକ ମନୁ ସିଂଘବୀ କୋର୍ଟରେ କହିଛନ୍ତି ଯେ, ନିର୍ବାଚନ ଆୟୋଗ ଏହି ଅଭିଯୋଗର ସମାଧନ କରିଛି କିନ୍ତୁ ମାମଲା ଏଠାରେ ଶେଷ ହୋଇନି । ଏହି ମାମଲାକୁ ସୁପ୍ରିମକୋର୍ଟ ବିସ୍ତାର ଭାବେ ଦେଖିବାକୁ ଓ ଗାଇଡଲାଇନ ଜାରି କରିବାର ଆବଶ୍ୟକତା ରହିଛି ।

ଏହାସହ ସେ କହିଛନ୍ତି ଯେ ଏପରି ଅଭିଯୋଗର ସମାଧାନ ପାଇଁ ଏକ ଧାର୍ଯ୍ୟ ସମୟ ସୀମା ସ୍ଥିର କରାଯାଉ । ଏହି ମାମଲା କେବଳ ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ନୁହଁ ବରଂ ଜନପ୍ରତିନିଧି ଅଧିନିୟମ ଅନ୍ତର୍ଗତରେ ଆସୁଛି । ପିଏମ ମୋଦିଙ୍କ ବିରୋଧରେ ୬ଟି ମାମଲାରୁ ୫ଟି ସହ ଅସହମତି ଥିଲା । କଂଗ୍ରେସକୁ ଏହାର ବିସ୍ତାର ଭାବେ କାରଣ ମଧ୍ୟ ଦର୍ଶା ଯାଇ ନାହିଁ । ଏପରି ମନ୍ତବ୍ୟ ଯୋଗୁଁ ଅନ୍ୟଦଳର ନେତାଙ୍କୁ ଦଣ୍ଡ ମିଳିଛି ।

Intro:Body:

HNM H

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.