ନୂଆଦିଲ୍ଲୀ: ଧର୍ମ ଓ ଜାତିକୁ ନେଇ ଚଳିତ ନିର୍ବାଚନରେ ରାଜନେତାଙ୍କ ବିବାଦୀୟ ବୟାନ ବିରୋଧରେ ନିର୍ବାଚନ ଆୟୋଗଙ୍କ ପଦକ୍ଷେପକୁ ସୁପ୍ରିମ୍କୋର୍ଟ ସହମତି ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପା ସୁପ୍ରିମୋ ମାୟାବତୀ, କେନ୍ଦ୍ରୀୟ ମନ୍ତ୍ରୀ ମେନକା ଗାନ୍ଧୀ ଓ ଏସପି ନେତା ଆଜମ ଖାନଙ୍କ ନିର୍ବାଚନ ପ୍ରଚାର ଉପରେ 48ରୁ 72 ଘଣ୍ଟା ଯାଏଁ ବ୍ୟାନ୍ ଲଗାଇଛନ୍ତି।
-
Supreme Court takes note of action taken by Election Commission against politicians who made statements violating model code of conduct and says, "it seems Election Commission has woken up to its power and taken action against politicians." pic.twitter.com/HcXowvqKeU
— ANI (@ANI) April 16, 2019 ]" class="align-text-top noRightClick twitterSection" data="
]">Supreme Court takes note of action taken by Election Commission against politicians who made statements violating model code of conduct and says, "it seems Election Commission has woken up to its power and taken action against politicians." pic.twitter.com/HcXowvqKeU
— ANI (@ANI) April 16, 2019
]Supreme Court takes note of action taken by Election Commission against politicians who made statements violating model code of conduct and says, "it seems Election Commission has woken up to its power and taken action against politicians." pic.twitter.com/HcXowvqKeU
— ANI (@ANI) April 16, 2019
ମଙ୍ଗଳବାର ଦିନ ମାୟାବତୀ ରାଲିରେ ସାମିଲ ହେବା ପାଇଁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଥିଲେ। ତେବେ ଏନେଇ କୌଣସି ଶୁଣାଣି ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଥିସହ ମାୟାବତୀଙ୍କ ଓକିଲଙ୍କୁ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ନେଇ ଆଉ ଏକ ଆବେଦନ ଦାୟର କରିବାକୁ କୁହାଯାଇଛି।
ସର୍ବୋଚ୍ଚ କୋର୍ଟ କହିଛନ୍ତି, ନିର୍ବାଚନ ଆୟୋଗ ତାର କର୍ତ୍ତବ୍ୟ କରିଛି। ଆୟୋଗ କେବଳ ଆଚାର ସଂହିତା ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
ସୂଚନାଥାଉକି, ମଙ୍ଗଳବାର ଦିନ ସପା-ବସପା-ରାଲୋଦ ମହାମେଣ୍ଟର ମହାରାଲିରେ ମାୟାବାତୀଙ୍କୁ ସାମିଲ ହେବାର ଥିଲା। କିନ୍ତୁ ନିର୍ବାଚନ ଆୟୋଗଙ୍କ ବ୍ୟାନ କାରଣରୁ ସେ 48ଘଣ୍ଟା ଯାଏଁ କୌଣସି ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରି ପାରିବେ ନାହିଁ।