ETV Bharat / bharat

ଶ୍ରମିକଙ୍କ ବେତନ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବ ଏନଏଚଆରସି

author img

By

Published : Jun 9, 2020, 5:20 PM IST

କୋରୋନାକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ବେତନ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶାବଳୀକୁ ସମସ୍ତ ରାଜ୍ୟ ପାଳନ କରିବେ । ଅଧିକ ପଢନ୍ତୁ...

supreme court said guidelines made for wages of laborers
ଶ୍ରମିକଙ୍କ ବେତନ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବ ଏନଏଚଆରସି

ନୂଆଦିଲ୍ଲୀ: କୋରୋନାକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ବେତନ ପାଇଁ ଏକ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଥର ଶ୍ରମିକଙ୍କୁ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ଦରମା ଠାରୁ କମ ଦରମା ଦିଆଯାଇଥାଏ । ବର୍ତ୍ତମାନ କୋରୋନା ପରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ ଯୋଗୁଁ ଠିକାଦାରମାନେ ଶ୍ରମିକଙ୍କୁ ଅଧିକ ଶୋଷଣ କରିବାର ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ଦୃଷ୍ଟିରେ ରଖି କୋର୍ଟ ଆୟୋଗକୁ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କହିଛନ୍ତି । ଆଉ ଏହି ନିର୍ଦ୍ଦେଶାବଳୀକୁ ସମସ୍ତ ରାଜ୍ୟ ପାଳନ କରିବେ ।

ଅନେକ ସମୟରେ ରାଜ୍ୟମାନଙ୍କ ମଧ୍ୟରେ ଆଇନକୁ ନେଇ ଏକ ପ୍ରତିବାଦ ଦେଖାଦେଇଥାଏ ତ ଆଉ କେତେବେଳେ ଅଧିକାରୀ ଏହି ମାମଲାକୁ ଗୁରୁତ୍ବର ସହ ନେଇନଥାନ୍ତି । ଏମିତି ଏକ ମାମଲା ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା । ଯେଉଁଥିରେ ଆବେଦନକାରୀ ଅଭିଯୋଗ କରିଥିଲେ ଯେ ବିହାରର ମୁଜାଫରପୁର ଏବଂ ୟୁପିର ସମ୍ୱଲରେ ଶ୍ରମିକମାନଙ୍କୁ କମ୍ ଟଙ୍କା ଦିଆଯାଉଛି ଏବଂ ଚୁକ୍ତିବଦ୍ଧ ଶ୍ରମିକଭାବେ କାର୍ଯ୍ୟ କରାଯାଉଛି । ଏହି ମାମଲାରେ ଜାତୀୟ ମାନବାଧିକାର ଆୟୋଗର ହସ୍ତକ୍ଷେପ ପରେ ମଧ୍ୟ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଉଭୟ ରାଜ୍ୟର ସରକାର ଉକ୍ତ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଶ୍ବସନା ଦେଇଛନ୍ତି ।

ଇତିମଧ୍ୟରେ ସୁପ୍ରିମକୋର୍ଟ ଆୟୋଗକୁ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମାରେ ସରକାର ଏବଂ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ବ ନିର୍ଦ୍ଧାରଣ ହେବ । ଏଥିସହ ଶ୍ରମିକମାନଙ୍କର ସୁରକ୍ଷା ଏବଂ ପୁନର୍ବାସ ପ୍ରକ୍ରିୟା ମଧ୍ୟ ଏଥିରେ ଦର୍ଶାଯିବ ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବ୍ୟତୀତ ଶିଶୁ ଚାଲାଣ କାରବାରକୁ ରୋକିବା ପାଇଁ ଠିକାଦାରଙ୍କ ଉପରେ ଲଗାମ ଲଗାଇବା ଅତ୍ୟନ୍ତ ଜରୁରୀ ହୋଇପଡିଥିବା କହିଛନ୍ତି । କାରଣ ଠିକାଦାରମାନେ କମ ମୂଲ୍ୟରେ ଏହି ଶିଶୁମାନଙ୍କୁ କାମରେ ଲଗାଇଥାନ୍ତି । ଏଭଳି ପରିସ୍ଥିତିରେ ଠିକାଦାରଙ୍କ ରେଜ୍ରିଷ୍ଟ୍ରେସନ ହେବା ଆବଶ୍ୟକ । ଯାହାଦ୍ବାରା ସରକାର ସେମାନଙ୍କ ଉପରେ ନଜର ରଖିବା ସହ ସେମାନେ କାହାକୁ କାମ ଦେଉଛନ୍ତି ତାହା ଜାଣିପାରିବେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.