ETV Bharat / bharat

କୋରୋନା ମହାମାରୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅଭୁଲା ରାୟ - ସ୍ବାସ୍ଥ୍ୟଜନିତ ଜରୁରୀକାଳିନ ପରିସ୍ଥିତି

କୋଭିଡ-19 ରାଜ୍ୟରେ ସ୍ବାସ୍ଥ୍ୟଜନିତ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରିଥିଲା । ସରକାର ସମସ୍ତଙ୍କୁ ସ୍ବାସ୍ଥ୍ୟ ଜନିତ ସହାୟତା ଯୋଗାଇଦେବାରେ ଲାଗିପଡିଲେ । ଏନେଇ ସୁପ୍ରିମକୋର୍ଟ ମଧ୍ୟ ହସ୍ତକ୍ଷେପ କରିଥିଲେ । ଅଧିକ ପଢନ୍ତୁ...

ସୁପ୍ରିମକୋର୍ଟଙ୍କ ଅଭୁଲା ରାୟ
ସୁପ୍ରିମକୋର୍ଟଙ୍କ ଅଭୁଲା ରାୟ
author img

By

Published : Dec 30, 2020, 9:32 AM IST

ହାଇଦ୍ରାବାଦ: କୋଭିଡ-19 ରାଜ୍ୟରେ ସ୍ବାସ୍ଥ୍ୟ ଜନିତ ଜରୁରୀକାଳିନ ପରିସ୍ଥିତି ସୃଷ୍ଟି କରିଥିଲା । ସରକାର ସମସ୍ତଙ୍କୁ ସ୍ବାସ୍ଥ୍ୟ ଜନିତ ସହାୟତା ଯୋଗାଇଦେବାରେ ଲାଗିପଡିଲେ । ଏନେଇ ସୁପ୍ରିମକୋର୍ଟ ମଧ୍ୟ ହସ୍ତକ୍ଷେପ କରିଥିଲେ । ଆସନ୍ତୁ ନଜର ପକାଇବା କୋଭିଡ-19 ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟ ସମ୍ବନ୍ଧରେ...

18 ଡିସେମ୍ବର 2020

ସ୍ବାସ୍ଥ୍ୟ ସୁବିଧାର ଲାଭ ଉଠାଇବା ସମସ୍ତଙ୍କର ମୌଳିକ ଅଧିକାର

ଜଷ୍ଟିସ୍ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମଆର ଶାହା କହିଛନ୍ତି ଯେ ଭାରତର ସମ୍ବିଧାନର ଧାରା 21 ଅନୁଯାୟୀ ସ୍ବାସ୍ଥ୍ୟ ସୁବିଧା ମୌଳିକ ଅଧିକାର ଅଟେ। ସ୍ବାସ୍ଥ୍ୟ ଅଧିକାରରେ ସୁଲଭ ଚିକିତ୍ସା ଯୋଗାଇଦେବା ସରକାରଙ୍କ କର୍ତ୍ତବ୍ୟ ତେଣୁ ରାଜ୍ୟ କିମ୍ବା ସ୍ଥାନୀୟ ପ୍ରଶାସନ ଦ୍ବାରା ପରିଚାଳିତ ଡାକ୍ତରଖାନା ଗୁଡିକରେ ଅଧିକରୁ ଅଧିକ ବ୍ୟବସ୍ଥା କରାଯିବା ଉଚିତ୍ । ତେଣୁ ସ୍ବାସ୍ଥ୍ୟ ବ୍ୟୟବହୁଳତା ଦର୍ଶାଇ ଲୋକଙ୍କଠାରୁ ଅଧିକ ଅର୍ଥ ଆଦାୟ କରିବା ଉତିତ୍ ନୁହେଁ । ଗୁଜୁରାଟର ରାଜକୋଟରେ କୋଭିଡ-19 ହସ୍ପିଟାଲରେ ନିଆଁ ଲାଗିବା ଓ କୋରୋନା ରୋଗୀଙ୍କ ମୃତ୍ୟୁ ହେବା ସମ୍ପର୍କରେ ସୁପ୍ରିମକୋର୍ଟ କହିଥିଲେ ଯେ, ସମସ୍ତ ଡାକ୍ତରଖାନାରେ ଜଣେ ଜଣେ ନୋଡାଲ୍ ଅଫିସର ନିୟୋଜିତ ହେବେ । ସେମାନେ ଅଗ୍ନି ନିରପତ୍ତା ପାଇଁ ଦାୟୀ ରହିବେ ।

ଡାକ୍ତରଖାନାର ପରିଚାଳନା ଅଭାବ ବିଷୟରେ ଜଣାଇବା ଏବଂ ଅନୁସନ୍ଧାନ ପାଇଁ ସରକାରଙ୍କୁ ରିପୋର୍ଟ କରିବା ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିବା ଉଚିତ୍। ରାଜ୍ୟର ଅଗ୍ନିଶମ ବିଭାଗରୁ ଏନଓସି ପାଇ ନ ଥିବା କୋଭିଡ ହସ୍ପିଟାଲ ତୁରନ୍ତ ଏନଓସି ପାଇଁ ଆବେଦନ କରିବାକୁ କୁହାଯିବା ଉଚିତ ଏବଂ ଆବଶ୍ୟକ ଯାଞ୍ଚ ପରେ ନିଷ୍ପତ୍ତି ନିଆଯିବ ।

9 ଡିସେମ୍ବର 2020

କୋଭିଡ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲାଗିପାରିବ ନାହିଁ

ଜଷ୍ଟିସ୍ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମଆର ଶାହା କହିଛନ୍ତି ଯେ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ପଜିଟିଭ୍ ବ୍ୟକ୍ତିଙ୍କ ବାସଭବନ ବାହାରେ ପୋଷ୍ଟର ଲଗାଇବା ଆବଶ୍ୟକ ନାହିଁ । ବିପର୍ଯ୍ୟୟ ପରିଚାଳନା ଅଧିନିୟମ, 2005 ଅନୁଯାୟୀ ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ବାରା ଯେକୌଣସି ନିର୍ଦ୍ଦେଶ ପ୍ରଦାନ କରାଯିବା ପରେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହାକୁ ବ୍ୟବହାର କରିପାରିବେ।

1 ଅକ୍ଟୋବର 2020

ଶ୍ରମିକଙ୍କ ଜୀବିକା-ଜୀବନ ଅଧିକାର ସେମାନଙ୍କ ଚାକିରି କିମ୍ବା ରାଜ୍ୟର ବିଷୟବସ୍ତୁ ନୁହେଁ

ଜଷ୍ଟିସ୍ ଡିୟାଇ ଚନ୍ଦ୍ରଚୁଦ୍, ଇନ୍ଦୁ ମଲହୋତ୍ରା ଏବଂ କେଏମ୍ ଜୋସେଫ୍ କହିଛନ୍ତି ଯେ ଅର୍ଥନୀତିର ମେରୁଦଣ୍ଡ ଯୋଗାଉଥିବା ଶ୍ରମିକଙ୍କ କାନ୍ଧରେ ଆର୍ଥିକ କ୍ଷତି ପୂରଣ ବୋଝ ରଖାଯାଇପାରିବ ନାହିଁ । ଆର୍ଥିକ ପରିସ୍ଥିତି ଆଳ ଦେଖାଇ କମ୍ପାନୀ ଆକ୍ଟର ଧାରା 5କୁ ବେଖାତିର୍ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ।

18 ଅଗଷ୍ଟ 2020

ପିଏମ କେୟାର୍ସ ଫଣ୍ଡରେ ସଂଗୃହିତ ହୋଇଥିବା ଅର୍ଥ NDRFକୁ ଟ୍ରାନ୍ସଫର୍ କରାଯିବ ନାହିଁ

ଜଷ୍ଟିସ୍ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମଆର ଶାହା କହିଥିଲେ ଯେ, ବିଭିନ୍ନ ଉଦ୍ଦେଶ୍ୟ ସହିତ NDRF ଏବଂ PM CARES ପାଣ୍ଠି ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ପାଣ୍ଠି । ବେଞ୍ଚ୍ କହିଛି ଯେ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ଅନୁରୋଧ କ୍ରମେ ପାଣ୍ଠି ମୁକ୍ତ କରି କୋଭିଡ-19 ମହାମାରୀର ମୁକାବିଲାରେ ସହାୟତା ଯୋଗାଇବା ପାଇଁ ୟୁନିଅନ୍ ଅଫ୍ ଇଣ୍ଡିଆ ଏନଡିଆରଏଫକୁ ବ୍ୟବହାର କରିପାରିବ। ଧାରା 46 (1) (b) ଅନୁଯାୟୀ NDRF ରେ ଅବଦାନ ପାଇଁ କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଦାନ କରିପାରିବ । PM CARES ପାଣ୍ଠିରେ ଯେକୌଣସି ବ୍ୟକ୍ତି କିମ୍ବା କୌଣସି ଅନୁଷ୍ଠାନ ଦ୍ବାରା ଯୋଗଦାନ ସ୍ବେଚ୍ଛାକୃତ । PM CARES ପାଣ୍ଠିରେ ସଂଗୃହିତ ପାଣ୍ଠି ସଂପୂର୍ଣ୍ଣ ଭିନ୍ନ ପାଣ୍ଠି ଯାହାକି ଏକ ସାର୍ବଜନୀନ ଚାରିଟେବୁଲ ଟ୍ରଷ୍ଟର ପାଣ୍ଠି ଅଟେ ଏବଂ ଉକ୍ତ ପାଣ୍ଠିକୁ NDRF କୁ ସ୍ଥାନାନ୍ତର କରିବା ପାଇଁ କୌଣସି ନିର୍ଦ୍ଦେଶ ପ୍ରଦାନ କରିବାର କୌଣସି ସୁଯୋଗ ନାହିଁ ।

26 ଜୁନ 2020

ସିବିଏସଇ ଓ ଆଇସିଏସସି ପରୀକ୍ଷା ରଦ୍ଦ

ଜଷ୍ଟିସ୍ ଏମ୍ ଖାନୱିଲକର, ଦୀନେଶ ମହେଶ୍ବରୀ ଏବଂ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ଏକାଦଶ ଏବଂ ଦ୍ବାଦଶ ପରୀକ୍ଷା ବାତିଲ କରିବା ସମ୍ପର୍କରେ କେନ୍ଦ୍ରୀୟ ମାଧ୍ୟମିକ ପରୀକ୍ଷା ବୋର୍ଡ ଦ୍ବାରା ଜାରି କରାଯାଇଥିବା ଡ୍ରାଫ୍ଟ ବିଜ୍ଞପ୍ତିକୁ ଗ୍ରହଣ କରିଛନ୍ତି । ସିବିଏସଇ ମୂଲ୍ୟାଙ୍କନ ଯୋଜନାକୁ ବ୍ୟାଖ୍ୟା କରିବା ପାଇଁ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ ହୋଇଥିଲା ।

19 ଜୁନ 2020

କୋଭିଡ ରୋଗୀଙ୍କ ପରିବାରକୁ କୋଭିଡ ଟେଷ୍ଟ ଫଳାଫଳ ଜଣାଇବାକୁ ରାଜ୍ୟକୁ ନିର୍ଦ୍ଦେଶ

ଜଷ୍ଟିସ୍ ଅଶୋକ ଭୂଷଣ, ସଞ୍ଜୟ କିଶନ କୌଲ ଏବଂ ଏମଆର ଶାହା ନିର୍ଦ୍ଦେଶ ଦେଇଛନ୍ତି ଯେ ରୋଗୀ ତଥା ତାଙ୍କ ସମ୍ପର୍କୀୟଙ୍କୁ ଡାକ୍ତରଖାନାରୁ କୋଭିଡ-19 ପରୀକ୍ଷା ଫଳାଫଳ ଯୋଗାଇ ଦିଆଯିବ। ବିଭିନ୍ନ ବର୍ଗର ରୋଗୀଙ୍କ ଡିସଚାର୍ଜ ସମ୍ପର୍କରେ ସଂଶୋଧିତ ଡିସଚାର୍ଜ ନୀତିକୁ ସମାନ ଭାବରେ ଅନୁସରଣ କରିବା ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, 2005 ଅଧୀନରେ କ୍ଷମତା ପ୍ରୟୋଗରେ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ବେଞ୍ଚ୍ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

9 ଜୁନ 2020

କୋଭିଡ୍-19 ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଏବଂ ଅସୁବିଧା

ଜଷ୍ଟିସ୍ ଅଶୋକ ଭୂଷଣ, ସଞ୍ଜୟ କିଶନ କୌଲ ଏବଂ ଏମଆର ଶାହା ଏକ ବେଞ୍ଚ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ନେଇଥିବା ସୁ ମୋଟୋ ମାମଲାରେ ଅନେକ ନିର୍ଦ୍ଦେଶ ଦେଇଛନ୍ତି। ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିଜ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରିବେ । ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ରେଳବିଭାଗ 24 ଘଣ୍ଟା ମଧ୍ୟରେ ଶ୍ରମିକ ଟ୍ରେନ୍ ଯୋଗାଇବ, ଯେପରି ପ୍ରବାସୀ ଶ୍ରମିକମାନଙ୍କ ପ୍ରତ୍ୟାବର୍ତ୍ତନ ସୁବିଧାରେ ହୋଇପାରିବ ।

13 ଏପ୍ରିଲ 2020

ଆୟୁଷମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତଙ୍କ ପାଇଁ କୋଭିଡ-19 ମାଗଣା ପରୀକ୍ଷଣ

ଜଷ୍ଟିସ ଅଶୋକ ଭୂଷଣ ଏବଂ ଏସ ରବୀନ୍ଦ୍ର ଭଟ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସମାଜର ଅନ୍ୟ କୌଣସି ବର୍ଗର କୋଭିଡ-19 ପାଇଁ ମାଗଣା ପରୀକ୍ଷା କରାଯିବ। ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମାଜର ଦୁର୍ବଳ ବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦେବ ।

6 ଏପ୍ରିଲ 2020

କୋଭିଡ-19 ସମୟରେ ଭିଡିଓ କନଫରେନ୍ସିଂରେ ଚାଲିବ କୋର୍ଟ

ପ୍ରଧାନ ବିଚାରପତି ଏସଏ ବୋବଡେ ଏବଂ ଜଷ୍ଟିସ୍ ଡିୟାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ନିଷ୍ପତ୍ତି ନେଇଥିଲେ ଯେ, କୋର୍ଟ ପରିସର ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଶାରୀରିକ ଉପସ୍ଥିତିର ଆବଶ୍ୟକତାକୁ ହ୍ରାସ କରିବା ତଥା ସାମାଜିକ ଦୂରତା ନିର୍ଦ୍ଦେଶାବଳୀ ଅନୁଯାୟୀ କୋର୍ଟର କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କ ଦ୍ବାରା ସମସ୍ତ ପଦକ୍ଷେପ ନିଆଯିବ । ଭିଡିଓ କନଫରେନ୍ସିଂ ଟେକ୍ନୋଲୋଜି ବ୍ୟବହାର କରି ନ୍ୟାୟିକ ବ୍ୟବସ୍ଥାର ଦୃଢ କାର୍ଯ୍ୟକଳାପକୁ ନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ସମସ୍ତ ହାଇକୋର୍ଟ ଅନୁମତିପ୍ରାପ୍ତ ବୋଲି ନିର୍ଦ୍ଦେଶ ଦିଆଯାଇଛି।

23 ମାର୍ଚ୍ଚ 2020

ଜେଲରେ ଜନସଂଖ୍ୟାକୁ ହ୍ରାସ କରିବା ପାଇଁ କଏଦୀଙ୍କୁ ଆନ୍ତରୀଣ ଜାମିନ ଓ ପାରୋଲ ଦିଆଯିବ

ପ୍ରଧାନ ବିଚାରପତି ଏସଏ ବୋବଡେ, ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ନେଇ ଏକ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଯେ କାରାଗାରରେ ଅନ୍ତେବାସୀଙ୍କ ସମେତ କଏଦୀମାନଙ୍କ ମଧ୍ୟରେ ସର୍ବାଧିକ ଦୂରତା ନିଶ୍ଚିତ ହେବା ଆବଶ୍ୟକ। ବେଞ୍ଚ ବାହ୍ୟ ସଂକ୍ରମଣର ସମ୍ଭାବନାକୁ ମଧ୍ୟ ବିଚାରକୁ ନେଇ ନିର୍ଦ୍ଦେଶ ଦେଇଛି ଯେ କୋର୍ଟ ପୂର୍ବରୁ ସମସ୍ତ ବନ୍ଦୀମାନଙ୍କର ଶାରୀରିକ ଉପସ୍ଥିତି ତୁରନ୍ତ ବନ୍ଦ ହେବା ଆବଶ୍ୟକ ଏବଂ ଭିଡିଓ କନଫରେନ୍ସିଂକୁ ସମସ୍ତ କ୍ଷେତ୍ରରେ ଗ୍ରହଣ କରାଯିବା ଆବଶ୍ୟକ। ବେଞ୍ଚ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛି ଯେ ଜନଗହଳି ଥିବା କାରାଗାରର ଅନ୍ତେବାସୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.