ନୂଆଦିଲ୍ଲୀ:ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନଏଲୟୁ) ଯୋଧପୁର ଛାତ୍ର ମୃତ୍ୟୁ ମାମଲାରେ ପୁନଃ ଯାଞ୍ଚ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । 2017 ମସିହାରେ ଘଟିଥିବା ଏହି ଘଟଣାରେ ପୁଣି ଥରେ ସାନି ଯାଞ୍ଚ କରିବାକୁ କୋର୍ଟ କହିଛନ୍ତି ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ରୋହିନ୍ଣ୍ଟନ ନରିମନଙ୍କ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଆସିଥିବା ଯାଚିକା ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେଇଥିବା ଜଣାପଡିଛି ।
ସୂଚନାଥାଉକି, ରାଜସ୍ଥାନର ଯୋଧପୁର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନଏଲୟୁ)ର ଛାତ୍ର ବିକ୍ରାନ୍ତଙ୍କର 2017 ମସିହା ଅଗଷ୍ଟ 14 ତାରିଖରେ ମୃତ୍ୟୁ ଘଟିଥିଲା । ରେଳଧାରଣାରେ ଛାତ୍ରଜଣଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା ।
ଘଟଣାର ପୂର୍ବଦିନ ରବିବାର ଥିବାରୁ ସନ୍ଧ୍ୟାରେ ସାଙ୍ଗ ସହିତ ବିକ୍ରାନ୍ତ ବାହାରକୁ ଯାଇଥିବାବେଳେ ସାଙ୍ଗ ଜଣଙ୍କ କ୍ୟାମ୍ପସକୁ ଫେରିଥିଲେ । କିନ୍ତୁ ବିକ୍ରାନ୍ତ ନଫେରି କିଛି ସମୟ ପରେ ଫେରିବେ ବୋଲି କହିଥିଲେ । ହେଲେ ରାତିରେ ଫେରିନଥିଲେ । ପରଦିନ ତାଙ୍କର ମୃତଦେହ ରେଳଧାରଣା ନିକଟରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତର ଚିହ୍ନ ଥିବା ଦେଖିବାକୁ ମିଳିଥିଲା ।