ETV Bharat / bharat

ଜୁନ 23 ରେ ହେବାକୁ ଥିବା ସିବିଏସଇ ବୋର୍ଡର ଅବଶିଷ୍ଟ ପରୀକ୍ଷା ବାତିଲ: ସୁପ୍ରିମକୋର୍ଟ

author img

By

Published : Jun 17, 2020, 7:49 PM IST

ଚଳିତ ବର୍ଷ କୋରୋନା ଯୋଗୁଁ ପ୍ରଭାବିତ ଛାତ୍ରଛାତ୍ରୀ । ସୁପ୍ରିମକୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତଥା ସିବିଏସଇକୁ ଜୁଲାଇରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିବିଏସଇ ବୋର୍ଡର ଅବଶିଷ୍ଟ ପରୀକ୍ଷା ବାତିଲ
ସିବିଏସଇ ବୋର୍ଡର ଅବଶିଷ୍ଟ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ଚଳିତ ବର୍ଷ କୋରୋନା ଯୋଗୁଁ ପ୍ରଭାବିତ ଛାତ୍ରଛାତ୍ରୀ । ବିଶେଷ କରି ସିବିଏସଇର ଦଶମ ଶ୍ରେଣୀ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଏହି କ୍ଷତି ସହିବାକୁ ପଡିଛି । ତେବେ ସୁପ୍ରିମକୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତଥା ସିବିଏସଇକୁ ଜୁଲାଇରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେମାନଙ୍କ ଇଣ୍ଟର୍ନାଲ ସ୍କୋର ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦେବାକୁ ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। ତିନିଜଣିଆ ଖଣ୍ଡପୀଠ ଏହାର ନିଷ୍ପତ୍ତି ନେଇଛନ୍ତି ଏବଂ ଏସମ୍ପର୍କରେ ଜବାବ ରଖିବାକୁ ଆସନ୍ତା ସପ୍ତାହ ମଙ୍ଗଳବାର ପର୍ଯ୍ୟନ୍ତ ବୋର୍ଡକୁ ସମୟ ଦେଇଛନ୍ତି । ଚଳିତ ବର୍ଷ ଜୁଲାଇ 1 ରୁ 15 ତାରିଖ ମଧ୍ୟରେ ପରୀକ୍ଷା ଧାର୍ଯ୍ୟ କରାଯାଇଥିଲା ।

2020, ସିବିଏସ୍ଇ ବୋର୍ଡକୁ ଅବଶିଷ୍ଟ ପରୀକ୍ଷା ନକରେଇବା ପାଇଁ ଛାତ୍ରଛାତ୍ରୀଙ୍କ ପିତାମାତା ନିବେଦନ କରିଥିଲେ । ଅଭିଭାବକଙ୍କ କହିବା କଥା ହେଲା କୋରୋନାକୁ ଦୃଷ୍ଟିରେ ରଖି କୌଣସି ପିଲା ବାହାରକୁ ନବାହାରିବା ଉଚିତ । ପ୍ରାଥମିକ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି । ଜଷ୍ଟିସ ଏମ ଖାନୱିଲକରଙ୍କ ନେତୃତ୍ବରେ 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହାର ନିଷ୍ପତ୍ତି ପ୍ରଦାନ କରିଛନ୍ତି ।

ପୂର୍ବରୁ କରାଯାଇଥିବା ପରୀକ୍ଷା ଉପରେ ଆଧାର କରି ଫଳାଫଳ ପ୍ରକାଶ କରିବାକୁ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା କରାଯାଇଥିବା ଇଣ୍ଟର୍ନାଲ ମୂଲ୍ୟାଙ୍କନ ଆଧାରରେ ଅବଶିଷ୍ଟ ବିଷୟରେ ମୂଲ୍ୟାଙ୍କନ କରିବାକୁ ବୋର୍ଡକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଅଭିଭାବକ । ଅଭିଭାବକମାନଙ୍କ କହିବା କଥା ହେଲା ଯଦି ଜୁଲାଇରେ ପରୀକ୍ଷା ହୁଏ ତେବେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହିଛି । ସେମାନଙ୍କ ପିଲାଙ୍କ ଜୀବନ ବଡ଼, ପରୀକ୍ଷା ନୁହେଁ । ଏପରିକି ଅନେକ ଅଭିଭାବକ ସୋସିଆଲ ମିଡିଆରେ ବୋର୍ଡକୁ ବିଭିନ୍ନ ବିରୋଧ ପ୍ରଦର୍ଶନ କରି ପରୀକ୍ଷାଗୁଡ଼ିକୁ ବାତିଲ କରିବାକୁ କହିଥିଲେ । ତେବେ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ଜୁନ୍ 23 ସୁଦ୍ଧା ଏହାର ସମାଧାନ ଆଣିବାକୁ କୋର୍ଟ ସିବିଏସଇକୁ କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.