ETV Bharat / bharat

ପୋକ୍‌ସୋ କୋର୍ଟ ପ୍ରତିଷ୍ଠା ପ୍ରସଙ୍ଗ: ସମସ୍ତ ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା - supreme court hearing about pocso court

ପୋକ୍‌ସୋ କୋର୍ଟ ପ୍ରତିଷ୍ଠା ନେଇ ସମସ୍ତ ରାଜ୍ୟକୁ  ଭର୍ତ୍ସନା କଲେ ସୁପ୍ରିମକୋର୍ଟ । ଜାଣନ୍ତୁ କ'ଣ କହିଲେ ସୁପ୍ରିମକୋର୍ଟ..

pocso court
ଫାଇଲ ଫଟୋ
author img

By

Published : Dec 16, 2019, 2:42 PM IST

ନୂଆଦିଲ୍ଲୀ: ପୋକ୍‌ସୋ କୋର୍ଟ ପ୍ରତିଷ୍ଠା ନେଇ ସମସ୍ତ ରାଜ୍ୟକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ । ଏହା ସହିତ ଫେବୃଆରୀ ସୁଦ୍ଧା 100ରୁ ଅଧିକ ପୋକ୍‌ସୋ ମାମଲା ଥିବା ଜିଲ୍ଲାରେ ଗୋଟିଏ ଏବଂ 300ରୁ ଅଧିକ ପୋକ୍‌ସୋ ମାମଲା ଥିବା ଜିଲ୍ଲାରେ 2ଟି ଲେଖାଁଏ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ସରକାର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଅନୁପାଳନ ଠିକ ଭାବରେ କରୁନଥିବାରୁ ଶୁଣାଣି ବେଳେ ବିରକ୍ତ ପ୍ରକାଶ କରିଥିଲେ ଅଦାଲତ । 100ରୁ ଅଧିକ ପୋକ୍‌ସୋ ମାମଲା ଥିବା ଜିଲ୍ଲାରେ ପୋକ୍‌ସୋ କୋର୍ଟ ପ୍ରତିଷ୍ଠା କରିବା ସହ ସେଠାରେ ସ୍ବତନ୍ତ୍ର ଓକିଲଙ୍କୁ ନିଯୁକ୍ତି କରିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ରାଜ୍ୟ ସରକାର ଏହି ଆଦେଶକୁ ଠିକ ଭାବରେ ପାଳନ କରିନଥିଲେ ।

ଏହା ପୂର୍ବରୁ ଦୁଷ୍କର୍ମ ଏବଂ ପୋକ୍‌ସୋ ମାମଲାର ଶୀଘ୍ର ଶୁଣାଣି ପାଇଁ ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ହାଇ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ । ଏହା ସହିତ ଏଭଳି ମାମଲାର ତଦନ୍ତ 2 ମାସ ଭିତରେ ସାରିବାକୁ ଚିଠି ମାଧ୍ୟମରେ ଅପିଲ କରିଥିଲେ ସେ ।

Intro:Body:

testing

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.