ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଏହାକୁ ନେଇ ସୁପ୍ରିମ କୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ଜାରି ରହିଛି । କାଶ୍ମୀର ଘାଟିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରୁଛନ୍ତି ସୁପ୍ରିମ କୋର୍ଟ ।
ସୁରକ୍ଷା କର୍ମଚାରୀ ଘାଟିରେ ଦୈନିକ ସ୍ଥିତିର ସମୀକ୍ଷା କରୁଥିବା ବେଳେ ବାସ୍ତବତା ଉପରେ ଅବଗତ ଥିବା ସରକାରୀ ଓକିଲ ତୁଷାର ମେହତା କହିଛନ୍ତି ।
ଅନ୍ୟପକ୍ଷରେ କୋର୍ଟରେ ଦାଖଲ ହୋଇଥିବା ପିଟିସନକୁ ଅଧ ଘଣ୍ଟା ପଢିଥିଲେ ମଧ୍ୟ ଆବେଦନ କେଉଁ ବିଷୟକୁ ନେଇ ହୋଇଛି ତାହା ବୁଝି ପାରୁ ନଥିବା ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ।