ନୂଆଦିଲ୍ଲୀ: ବଢୁଥିବା ସଂକ୍ରମଣକୁ ନେଇ ଦିଲ୍ଲୀ ଓ ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡା ତାଗିଦ । ଏହାସହ ସମସ୍ତ ରାଜ୍ୟକୁ ଦୁଇ ଦିନ ମଧ୍ୟରେ କୋରୋନା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଭିନ୍ନ ରାଜ୍ୟ ବିଶେଷ ଭାବରେ ଦେଶର ଉତ୍ତର ଭାଗରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ କୋଭିଡ ସ୍ଥିତି ଅତ୍ୟନ୍ତ ଖରାପ ରହିଛି ଏବଂ ଆସନ୍ତା ଡିସେମ୍ବରରେ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି ।
ତେବେ ବିଶେଷ କରି ନଭେମ୍ବରରେ ଦିଲ୍ଲୀରେ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ଦିଲ୍ଲୀ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ତାହାର ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ଦିଲ୍ଲୀ ପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ରାଜ୍ୟ ହେଉଛି ଗୁଜୁରାଟ ଓ ମହାରାଷ୍ଟ୍ର । ଏନେଇ ଗୁଜୁରାଟରେ ଅଧିକ ସଂଖ୍ୟକ ଲୋକ ଏକତ୍ରିତ ଓ ବିବାହ ଆଦି ଉତ୍ସବକୁ ବାରଣ କରାଯାଇଛି । ତେବେ ସ୍ଥିତିକୁ ଦେଖି ମଙ୍ଗଳବାର ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲଚୋନା କରିବେ । ବିଶେଷ କରି ଟୀକାକୁ ନେଇ ଆଲଚୋନା କରାଯାଇପାରେ ବୋଲି କୁହାଯାଉଛି ।