ETV Bharat / bharat

ଆସାମ ଏନଆରସି ସଂଯୋଜକଙ୍କ ବଦଳି - ଏନଆରସି ସଂଯୋଜକ ପ୍ରତୀକ ହାଜେଲଙ୍କ ବଦଳି

ଆସାମରେ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି)ର ସଂଯୋଜକ ଥିବା ପ୍ରତୀକ ହାଜେଲଙ୍କ ବଦଳି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ମଧ୍ୟପ୍ରଦେଶକୁ ବଦଳି କରାଯାଇଛି।

ଫାଇଲ ଫଟୋ
author img

By

Published : Oct 18, 2019, 1:41 PM IST

ଗୌହାଟୀ: ଆସାମରେ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା(ଏନଆରସି)ର ସଂଯୋଜକ ଥିବା ପ୍ରତୀକ ହାଜେଲଙ୍କ ବଦଳି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ମଧ୍ୟପ୍ରଦେଶକୁ ଡେପୁଟେସନରେ ପଠାଇ ଦିଆଯାଇଛି। ଏହି ନିର୍ଦ୍ଦେଶନାମାରେ ବଦଳିର କାରଣ ଉଲ୍ଲେଖ କରାଯାଇନାହିଁ।

ଡେପୁଟେସନରେ ଯିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ତାଙ୍କୁ 7 ଦିନର ସମୟ ଦିଆଯାଇଛି। ସୁପ୍ରିମୋକର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସଏ ବୋବଡେ ଓ ଜଷ୍ଟିସ ନରୀମନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏନେଇ ଶୁଣାଣି ହୋଇଛି। ଆସାମ-ମେଘାଳୟ କ୍ୟାଡରର 1195 ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ପ୍ରତୀକ ହାଜେଲ। ଏନଆରସି ତାଲିକାକୁ ସଂଶୋଧିତ କରିବା ପାଇଁ ତାଙ୍କୁ ଦାୟିତ୍ବ ମିଳିଥିଲା। ଗତ ଅଗଷ୍ଟ 31ରେ ଏହି ତାଲିକା ପ୍ରକାଶିତ ହୋଇଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.