ନୂଆଦିଲ୍ଲୀ: ବିହାର ମୁଜାଫରପୁର ଜିଲ୍ଲାର ବହୁ ଚର୍ଚ୍ଚିତ ଆଶ୍ରମଗୃହ ହତ୍ୟାକାଣ୍ଡ ମାମଲାରେ ଆଜି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ତିନି ମାସ ମଧ୍ୟରେ ସମସ୍ତ ତଦନ୍ତ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏଥିପାଇଁ ସିବିଆଇ ପୂର୍ବରୁ 6 ମାସ ସମୟ ମାଗିଥିଲା ।
ଜଷ୍ଟିସ ଇନ୍ଦୁ ମଲହୋତ୍ରା ଏବଂ ଜଷ୍ଟିସ ଏସ ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏହି ଆଶ୍ରୟ ଗୃହରେ ଅପ୍ରାକୃତିକ ଯୌନ ନିର୍ଯାତନା ଅଭିଯୋଗର ଭିଡିଓ ରେକର୍ଡିଂ ଯାଞ୍ଚ କରିବାକୁ ସିବିଆଇକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ଦଣ୍ଡ ସଂହିତାର ଧାରା 377 ଅନୁସାରେ ଏହି ଯାଞ୍ଚ କରିବାକୁ ଖଣ୍ଡପୀଠ କହିଛନ୍ତି ।
ଖଣ୍ଡପୀଠ ଏହି ଘଟଣାରେ ସମ୍ପୃକ୍ତ ବାହାର ବ୍ୟକ୍ତିଙ୍କ ଭୂମିକା ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଏଥିରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନିଶାଯୁକ୍ତ ପଦାର୍ଥ ଦେବା ସହ ଯୌନ ହିଂସାରେ ସେମାନଙ୍କୁ ସାହାଯ୍ୟ କରିଥିଲେ । ଏହି ଘଟଣାରେ 11 ଜଣ ନାବାଳାକିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ଓ ତାହାର ସହଯୋଗୀଙ୍କୁ ପୋଲିସ ଏହି ଘଟଣାରେ ଗିରଫ କରିଛି ।
ଶୀର୍ଷ ଅଦାଲତ ତଦନ୍ତ ଅଧିକାରୀଙ୍କୁ କହିଥିଲେ ଯେ, ତିନି ମାସରେ ତଦନ୍ତ ପୂରଣ କରିବା ସହ ରିପୋର୍ଟ ତାଙ୍କ ପାଖରେ ପରିବେଷଣ କରାଯିବା ଦରକାର ।