ETV Bharat / bharat

ବିନା ଭକ୍ତରେ ପୁରୀ ରଥଯାତ୍ରାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ - ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ରଥଯାତ୍ରା ମାମାଲେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ । ବଡଦାଣ୍ଡରେ ଗଡିବ ରଥ । କୋର୍ଟଙ୍କ ରାୟ ପରେ ଘୋଷଯାତ୍ରାକୁ ମିଳିଛି ସବୁଜ ସଙ୍କେତ । ଅଧିକ ପଢନ୍ତୁ...

ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି
ପୁରୀ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି
author img

By

Published : Jun 22, 2020, 4:57 PM IST

Updated : Jun 22, 2020, 5:50 PM IST

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଘଟିଛି ଅନ୍ତ । ବଡଦାଣ୍ଡରେ ଏଥର ମହାପ୍ରଭୁଙ୍କ ରଥ ଗଡିବ କି ନାହିଁ, ଏନେଇ ଯେଉଁ ସସପେନ୍ସ ଲାଗି ରହିଥିଲା ସେଥିରୁ ପରଦା ହଟିସାରିଛି । ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଜୁନ 18ରେ ପୁରୀ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ ।

ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାକୁ ନେଇ ସୋମବାର ଦୀର୍ଘ ସମୟ ଧରି ଶୁଣାଣି ଜାରି ରହିଥିଲା । ମୁଖ୍ୟ ବିଚାପରପତି ଏସ.ଏ ବୋବଡେଙ୍କ ଅଧ୍ୟକ୍ଷତାରେ 3 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି । ତେବେ ସୁପ୍ରମିକୋର୍ଟଙ୍କ ରାୟ ଆସିବା ପରେ ଚଳିତ ଥର ରଥଯାତ୍ରାକୁ ସବୁଜ ସଙ୍କେତ ମିଳିସାରିଛି । ହେଲେ ରଥଯାତ୍ରା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କୋଭିଡ ନିୟମ ମାନି ବିନା ଭକ୍ତରେ ରଥଯାତ୍ରା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କେବଳ ପୁରୀ ରଥଯାତ୍ରାକୁ ହିଁ ଅନୁମତି ପ୍ରଦାନ କରାଯାଇଥିବା ସୁପ୍ରିମକୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି । ଏକାଧିକ ସର୍ତ୍ତ ରଖି ଘୋଷଯାତ୍ରାକୁ ଅନୁମତି ପ୍ରଦାନ କରାଯାଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଭକ୍ତଙ୍କ ସୁରକ୍ଷା ସହ ସାଲିସ କରାଯାଇପାରିବ ନାହିଁ । ପରିସ୍ଥିତି ବିଗିଡିଲେ ଯେକୌଣସି ସମୟରେ ରାଜ୍ୟସରକାର ରଥଯାତ୍ରା ବନ୍ଦ କରିପାରିବେ ।

ପୂର୍ବରୁ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ରାଜ୍ୟ ସରକାର । ଜାଣିଶୁଣି ସରକାର ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର କରୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ରଥଯାତ୍ରା ବନ୍ଦକୁ ନେଇ ମଧ୍ୟ ଭକ୍ତଙ୍କ ମନରେ ପ୍ରକାଶ ପାଇଥିଲା ଗଭୀର ଅସନ୍ତୋଷ । ପରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପୂନର୍ବାର ସୁପ୍ରିମକୋର୍ଟରେ ଏକାଧିକ ମୋଡରେଟ ପିଟିସନ ଦାଖଲ ହୋଇଥିଲା । ଶୁଣାଣି ସମୟରେ ରଥଯାତ୍ରା ସପକ୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୁକ୍ତ ବାଢିଥିଲେ । ଏହି ମୋଡରେଟ ପିଟିସନକୁ ତର୍ଜମା କରି ଶୁଣାଣି ପରେ ରଥଯାତ୍ରାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

Last Updated : Jun 22, 2020, 5:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.