ଚଣ୍ଡିଗଡ: ଗୁରୁଦାସପୁର ସାଂସଦ ସନି ଦେଓଲ ଶୁକ୍ରବାର ଦିନ ନିଜ ସଂସଦୀୟ କ୍ଷେତ୍ର ଗସ୍ତ କରିଛନ୍ତି । ଏହି ଅବସରରେ ଗୁରୁଦାସପୁରର ଡେପୁଟି କମିଶନରଙ୍କୁ ସେ ଭେଟିଛନ୍ତି ।
ନିଜ ସଂସଦୀୟ କ୍ଷେତ୍ର ଗସ୍ତ ସମୟରେ ଦଳୀୟ କର୍ମଚାରୀ ଓ ମିଡିଆ ଠାରୁ ଦୂରେଇ ରହିଥିଲେ ସାଂସଦ ସନି ଦେଓଲ । ତେବେ ଜିଲ୍ଲାରେ କୋରୋନା ମହାମାରୀକୁ ନେଇ ଡେପୁଟି କମିଶନରଙ୍କ ସହ ଏକ ବୈଠକ କରିଥିଲେ । ଏଥିସହ ଜିଲ୍ଲାରେ ହାତକୁ ନିଆଯାଇଥିବା ବିକାଶ କାର୍ଯ୍ୟର ପରିଦର୍ଶନ କରି ପଠାନକୋଟ ଫେରି ଯାଇଥିଲେ ।
ତେବେ ବୈଠକକୁ ନେଇ ଡେପୁଟି କମିଶନର ମହମ୍ମଦ ଇଶଫାକ କହିଛନ୍ତି ଯେ, ସାଂସଦ ସନି ଦେଓଲ କୋରାନା ଲଢେଇରେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି କହିଛନ୍ତି । ଏଥିସହ ଗୁରୁଦାସପୁର ଜିଲ୍ଲାରେ ଚାଲିଥିବା ବିକାଶ କାର୍ଯ୍ୟର ବିବରଣୀ ନେବା ସହ ମନରେଗା ଯୋଜନା ଅଧିନରେ ହେଉଥିବା କାର୍ଯ୍ୟ ସମ୍ବନ୍ଧରେ ପଚାରି ବୁଝିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ